fbpx
BSKY
BJD MC SKY
BJD YOUTH SKY

ପାଣି ଠିଆହୋଇ ପିଇବା ଏତେ ଭୟଙ୍କର? ପେଟରୋଗ, କିଡନୀ ସମସ୍ୟା ସହିତ ଏସିଡିଟି ହୋଇପାରେ, କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ସାଧାରଣ ଭାବେ ଖରାଦିନେ ଅଧିକ ଶୋଷ ଲାଗୁଥିବାରୁ ଅଧିକାଂଶ ଲୋକ ଅଧିକ ମାତ୍ରାରେ ପାଣି ପିଇଥାନ୍ତି । ତେବେ ଖରା ହେଉ କି ଶୀତ, କିଛି ଲୋକଙ୍କର ଠିଆ ହୋଇ ପାଣି ପିଇବାର ଅଭ୍ୟାସ ରହିଥାଏ । ଅନେକ ସମୟରେ ଦୋକାନ ଆଗରେ କିଛି ଲୋକ ପାଣି ବୋତଲ କିଣି ଢକଢକ କରି ପାଣି ପିଇ ଦେଇଥାନ୍ତି । ତେବେ ଠିଆ ହୋଇ ପାଣି ପିଇବା ଆମ ଶରୀର ପାଇଁ କେତେ କ୍ଷତିକାରକ ସେନେଇ ଅନେକ ଅଜ୍ଞାତ ଥାଆନ୍ତି ।

ଠିଆ ହୋଇ ପାଣି ପିଇବା ଆପଣଙ୍କ ପାଇଁ ବିପଦ ଡାକି ଆଣିପାରେ । ଆମ ଶରୀରର ୭୦ ପ୍ରତିଶତ ଜଳ ରହିଥିବା ବେଳେ ଜଳ ମାଧ୍ୟମରେ ବିଭିନ୍ନ ଅଂଶକୁ ପୋଷକ ତତ୍ତ୍ୱ ଯାଇଥାଏ । ଠିଆ ହୋଇ ଜଳ ପାନ କରିବା ଫଳରେ ଆମ ଶରୀରକୁ କ୍ଷତି ପହଞ୍ଚାଏ ବୋଲି ଆୟୁର୍ବେଦରେ କୁହାଯାଇଛି । ଆପଣ ଠିଆ ହୋଇ ପାଣି ପିଇବା ଫଳରେ ତାହା ଅଧିକ ଫୋର୍ସ ସହିତ ଶରୀର ଭିତକୁ ଯାଇଥାଏ । ଫଳରେ ଏହାର ପ୍ରଭାବ ଆମ ପେଟ ଉପରେ ପଡ଼ିଥାଏ ।

ଏହି ଅଭ୍ୟାସ କାରଣରୁ ଆମର ଏସିଡିଟି ହୋଇପାରେ । ଏହାଛଡ଼ା ଠିଆ ହୋଇ ପାଣି ପିଇବା ଫଳରେ ଡାଇଜେଷ୍ଟିଭ୍ ଟ୍ରାକ୍ଟ ଦ୍ରୁତ ହୋଇଯାଇଥାଏ । ଏପରି ସ୍ଥିତିରେ ଡାଇଜେଷ୍ଟିଭ ଟ୍ରାକ୍ଟ ଯେତେ ପାଣି ଗ୍ରହଣ କରିବା କଥା ତାହା କରିପାରେ ନାହିଁ । ତେଣୁ ଏହା ଆମର ଶରୀରର ନ୍ୟାଚୁରାଲ ନ୍ୟୁଟ୍ରିଏଣ୍ଟସ ଓ ଇଲେକ୍ଟ୍ରୋଲାଇଟସ ଉପରେ ଖରାପ ପ୍ରଭାବ ପକାଇଥାଏ । ଫଳରେ ଆମର କିଡନୀ ସମସ୍ୟା ଦେଖାଦେବା ସହ କିଡନୀରୁ ବିଷାକ୍ତ ପଦାର୍ଥ ବାହାରିବାରେ ସମସ୍ୟା ଉପୁଜିଥାଏ । ତେଣୁ ବସ ିକରି ଅଣ୍ଟାକୁ ସିଧା କରି ପାଣି ପିଇବାକୁ ଆୟୁର୍ବେଦରେ କୁହାଯାଇଛି । ଏହାଫଳରେ ପାଣି ଠିକ୍ ଭାବେ ଡାଇଜେଷ୍ଟିଭ୍ ଟ୍ରାକରେ ପହଞ୍ଚିପାରେ ଓ କିଡନୀ ପ୍ରଭାବିତ ହୋଇନଥାଏ ।

Get real time updates directly on you device, subscribe now.