fbpx

ପୁଣି ଏକ ଖୁସି ଖବର; ଆସନ୍ତା ୨୫ ତାରିଖରୁ ଏହି ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍

ଓଡିଶା ଭାସ୍କର; ଲଗାତାର ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର । ଜନସାଧାରଣଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ଗାଁ’ରେ ସରକାରୀ ବସ ପହଞ୍ଚା ଯାଉଛି । ଏହି କ୍ରମରେ ଆସନ୍ତା ୨୫ ତାରିଖରୁ ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍ ଗଡିବା ନେଇ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଜିଲ୍ଲାର ୧୧ଟି ବ୍ଲକରେ ମୋଟ ୨୯୮ ବସ ରହଣି ସ୍ଥଳ ରହିଥିବା ବେଳେ ଆସନ୍ତା ୨୫ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହା ଶୁଭାରମ୍ଭ ହେବ । ଯାହାକୁ ନେଇ ଆଜି ରାୟଗଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଲକ୍ଷ୍ମୀ ବସ ଏବଂ ସମସ୍ତ ରହଣି ସ୍ଥଳରେ ବସ ଅଟକିବା ସହ ଜନସାଧାରଣଙ୍କ ଯାତାୟତରେ ସମ୍ପୁର୍ଣ୍ଣ ସହଯୋଗ କରାଯିବ । ତେବେ ଏହି ଯୋଜନର ଶୁଭାରମ୍ଭକୁ ନେଇ ରାୟଗଡା ବାସୀ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.