fbpx
BSKY
BJD MC SKY
BJD YOUTH SKY

ସ୍କ୍ରୁ ଡ୍ରାଇଭରରେ ସ୍ତ୍ରୀକୁ ୪୧ ଥର ଆକ୍ରମଣ କଲା ସ୍ୱାମୀ: ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ

ତୁର୍କୀ; ତୁର୍କୀରେ ଜଣେ ବ୍ରିଟିଶ୍ ବ୍ୟକ୍ତି ସ୍କ୍ରୁ ଡ୍ରାଇଭର ସାହାଯ୍ୟରେ ୪୧ ଥର ଆକ୍ରମଣ କରି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ମଙ୍ଗଳବାର ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି। ମେଟ୍ରୋ ଖବରକାଗଜ ଅନୁଯାୟୀ ପୋଲିସ ଜଣେ ୨୮ ବର୍ଷିୟ ବ୍ରିଟିଶ ବ୍ୟକ୍ତିଙ୍କୁ ଗିରଫ କରିଛି। ତେବେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡକୁ ନେଇ ସମସ୍ତ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଛି ।

ଖବର ଅନୁଯାୟୀ, ଅଭିଯୁକ୍ତ ତଥା ସ୍ୱାମୀଙ୍କ ନାମ ଅହମ୍ମଦ ୟାସିନ ବୋଲି ଜଣାପଡିଛି। ଏହି ବ୍ୟକ୍ତିଙ୍କ ୨୬ ବର୍ଷିୟା ପତ୍ନୀ ଇସ୍ତାନବୁଲର ଫାତିହର ଏକ ହୋଟେଲରୁ ମୃତଦେହ ମିଳିଥିଲା । ତାଙ୍କ ବେକ ଏବଂ ଶରୀରରେ ୪୧ ଟି କ୍ଷତ ଦାଗ ରହିଥିଲା । ପୋଲିସ କହିଛି ଯେ ଅଭିଯୁକ୍ତକୁ ଗିରଫ କରାଯାଇଛି। ବ୍ରିଟିଶ ନାଗରିକ ଅଭିଯୁକ୍ତ ୟାସିନ ତାଙ୍କ ପତ୍ନୀଙ୍କୁ ସ୍କ୍ରୁ ଡ୍ରାଇଭର ସାହାଯ୍ୟରେ ୪୧ ଥର ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ ହୋଟେଲ ରୁମରେ ହଠାତ ଏକ ଚିତ୍କାର ହୋଇଥିଲା। ଏହି ଶବ୍ଦ ଶୁଣି ହୋଟେଲ କର୍ମଚାରୀମାନେ ଉକ୍ତ ରୁମ ଭିତରକୁ ଯାଇ ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ ।

ଡାକ୍ତରୀ ପରୀକ୍ଷା ଦ୍ୱାରା ଜଣାପଡିଛି ଯେ, ମହିଳାଙ୍କ ଶରୀରରେ ଥିବା କ୍ଷତଗୁଡିକ ସ୍କ୍ରୁ ଡ୍ରାଇଭର ଦ୍ୱାରା ଘଟିଛି। ରୁମ ଖୋଜାଖୋଜି କରିବା ପରେ ପୋଲିସ ମୃତ ମହିଳାଙ୍କ ୨୮ ବର୍ଷିୟ ସ୍ୱାମୀଙ୍କୁ ଗିରଫ କରିଥିଲା। ଦୀର୍ଘ ସମୟ ପଚରାଉଚରା ପରେ ସ୍ୱାମୀ ନିଜେ ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଥିଲା । ଆକ୍ରମଣ କରିବା ପରେ ସ୍କ୍ରୁ ଡ୍ରାଇଭରକୁ ଶୌଚାଳୟ ଭିତରେ ପକାଇ ଦେଇଥିବା ଅଭିଯୁକ୍ତ କହିଛି । ପୋଲିସର ଗୁପ୍ତଚର କହିଛନ୍ତି ଯେ ଏହି ଦମ୍ପତି ଘଟଣାର ତିନି ଦିନ ପୂର୍ବରୁ ବ୍ରିଟେନରୁ ତୁର୍କୀ ଆସିଥିଲେ। ଅଭିଯୁକ୍ତ ସ୍ୱାମୀ ୟାସିନ୍ ପୋଲିସକୁ କହିଛନ୍ତି ଯେ ଡ୍ରଗ୍ସ ସେବନ ଏବଂ ଏହାର ଯୋଗାଣକୁ ନେଇ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହା ପରେ ଏଭଳି ଏକ ଦୁଖଦଃ ଘଟଣାରେ ତାହା ପରିଣତ ହୋଇଥିଲା।

Get real time updates directly on you device, subscribe now.