fbpx

RBI ପକ୍ଷରୁ ନୋଟିସ ଜାରି: ଆକ୍ସିସ ବ୍ୟାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ୬୦ ଲକ୍ଷ ଗ୍ରାହକ ନିହାତି ଜାଣିବା ଆବଶ୍ୟକ

ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟରର ଆକ୍ସିସ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇ ଏହି କାର୍ଯ୍ୟାନୁଷ୍ଠାନର କାରଣ ବିଷୟରେ କୁହାଯାଇଛି । ତେବେ ଏପରି ସ୍ଥିତିରେ ଆକ୍ସିସ ବ୍ୟାଙ୍କର ୬୦ ଲକ୍ଷ ଗ୍ରାହକମାନେ ଧ୍ୟାନ ଦେବା ନିହାତି ଆବଶ୍ୟକ ।

ଆରବିଆଇ ମୁତାବକ, ନିଜ ଗ୍ରାହକଙ୍କର କେୱାଇସି ସମ୍ବନ୍ଧିତ ଗାଇଡଲାଇନ୍ସ ୨୦୧୬ ପାଳନରେ ଲାପରବାହୀ କାରଣରୁ ଆକ୍ସିସ ବ୍ୟାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଟ୍ରାଞ୍ଜାକସନକୁ ନେଇ ଗ୍ରାହକମାନେ ଯେପରି ପ୍ରଭାବିତ ନହେବେ ସେହି ଲକ୍ଷ୍ୟରେ ଆରବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିୟମ ଅବମାନନା କାରଣରୁ ଆକ୍ସିସ ବ୍ୟାଙ୍କ ଉପରେ ୯୦.୯୩ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି ।

ଆରବିଆଇ ପକ୍ଷରୁ ଗ୍ରାହକଙ୍କ ଆକାଉଣ୍ଟକୁ ନେଇ ଯାଞ୍ଚ କରାଯାଇଥିଲା । ତେବେ କିଛି ମାମଲାରେ ଆକ୍ସିସ ବ୍ୟାଙ୍କ ଗ୍ରାହକଙ୍କ କେୱାଇସି ଓ ରେକର୍ଡ ସଂରକ୍ଷଣ ନେଇ ବିଫଳ ହୋଇଥିଲା । ଏଥିସହିତ ବ୍ୟାଙ୍କରୁ ଲୋନ୍ ନେଉଥିବା ଗ୍ରାହକଙ୍କ ସହିତ ରିକଭରୀ ଏଜେଣ୍ଟମାନେ ଉଚିତ ବ୍ୟବହାର କରୁନଥିବା ଅଭିଯୋଗ ହୋଇଥିଲା । ଯାଞ୍ଚ ପାଇଁ ଆକ୍ସିସ ବ୍ୟାଙ୍କକୁ ଆରବିଆଇ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଥିଲା । ଜବାବ ଦାଖଲ ପରେ ଆରବିଆଇ ଏହି ସବୁ ଅଭିଯୋଗରେ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଥିଲା । ତେବେ ଆରବିଆଇର ଏହି କାର୍ଯ୍ୟାନୁଷ୍ଠାନ ପରେ ବ୍ୟାଙ୍କର ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.