ପ୍ରେମରେ ସ୍ୱାମୀ ସାଜିଲା କଣ୍ଟା, ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ପ୍ଲାଷ୍ଟର କଲା ସ୍ତ୍ରୀ

ମହାରାଷ୍ଟ୍ର ନାଲାସୋପାରରେ ଛାତି ଥରା ଘଟଣା ସାମ୍ନାକୁ ଆସିଛି।

ମହାରାଷ୍ଟ୍ର:ମହାରାଷ୍ଟ୍ର ନାଲାସୋପାରରେ ଛାତି ଥରା ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ। ଘରେ ହିଁ ସ୍ୱାମୀର ମୃତଦେହକୁ ପୋତି ଦେଇଛି ସ୍ତ୍ରୀ। ଏହି ଛାତି ଥରା ଘଟଣା ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ହତ୍ୟା ପରେ ମହିଳା ନିଜ ଦିଅରକୁ ସେହି ସ୍ଥାନକୁ ପ୍ଲାଷ୍ଟର କରିବାକୁ କହିଥିଲେ।

ମୃତ ସ୍ୱାମୀ ହେଉଛି ବିଜୟ ଚୌହାନ। ହତ୍ୟା କରିଥିବା ସ୍ତ୍ରୀ ହେଉଛନ୍ତି ଗୁଡ଼ିଆ ଚମନ ଚୌହାନ। ପ୍ରେମିକ ନାଁ ହେଉଛି ମୋନୁ ବିଶ୍ୱକର୍ମା। ଏହି ଦମ୍ପତିଙ୍କ ୮ ବର୍ଷର ପୁଅ ମଧ୍ୟ ଅଛି।

କୁହାଯାଉଛି ମୃତକ ବିଜୟ ପତ୍ନୀଙ୍କ ମୋନୁ ସହିତ ସମ୍ପର୍କ ଥିଲା। ସ୍ୱାମୀ ବିଜୟ ତାଙ୍କ ରାସ୍ତାରେ କଣ୍ଟା ସାଜିଥିଲା। ଏଥିପାଇଁ ଦୁହେଁ ମିଶି ଅତି ନିର୍ମମ ଭାବେ ବିଜୟକୁ ହତ୍ୟା କରିଥିଲେ।

ଘଟଣାକୁ ଅଭିଯୁକ୍ତମାନେ ଲୁଚାଇଦେବା ପାଇଁ ଦୁହେଁ ମିଶି ମୃତଦେହକୁ ଘରେ ହିଁ ପୋତି ଦେଇଥିଲେ। ହତ୍ୟା ଘଟଣାକୁ ଲୁଚାଇବା ପାଇଁ ମହିଳା ତାଙ୍କ ଦିଅରକୁ କହି ସେହି ସ୍ଥାନରେ ଟାଇଲ୍ସ ଲଗାଇ ଦେଇଥିଲେ। ଏପରି କରି ଘଟଣା ସମସ୍ତଙ୍କୁ ଲୁଚାଇବାକୁ ଚାହିଁଥିଲା ମୃତ ବିଜୟ ସ୍ତ୍ରୀ।

ଏହି ଘଟଣା ପରେ, ଯେତେବେଳେ ପରିବାର ସଦସ୍ୟମାନେ ବିଜୟଙ୍କ ବିଷୟରେ ପଚାରିଲେ, ଗୁଡିଆ ତାଙ୍କ ସ୍ୱାମୀଙ୍କ ବିଷୟରେ ସେମାନଙ୍କୁ ଭୁଲ କହି ଚାଲିଥିଲେ।

କିଛି ଦିନ ପରେ, ଯେତେବେଳେ ପରିବାର ସଦସ୍ୟମାନେ ବିଜୟଙ୍କ ଘରର ଦ୍ୱାର ଭାଙ୍ଗିଲେ, ସେମାନେ ଘରୁ ଦୁର୍ଗନ୍ଧ ପାଇବା ଆରମ୍ଭ କଲେ। ଏହା ପରେ, ଯେତେବେଳେ ସେମାନେ ମାଟି ଖୋଳିଲେ, ବିଜୟଙ୍କ ମୃତଦେହ ମିଳିଲା।

ଏହି ଘଟଣା ପ୍ରାୟ ୧୫ ଦିନ ପୂର୍ବେ ଘଟିଥିଲା କିନ୍ତୁ ଦୁଇ ଦିନ ପୂର୍ବେ ମହିଳାଙ୍କ ମୋବାଇଲରେ କିଛି ସନ୍ଦିଗ୍ଧ ମେସେଜ୍ ପାଇବା ପରେ ପୋଲିସ ସନ୍ଦେହ କରିଥିଲା।

ପଚରାଉଚରା ସମୟରେ ଏହି ଜଘନ୍ୟ ହତ୍ୟାକାଣ୍ଡର ଖୁଲାସା ହୋଇଥିଲା। ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ମୃତଦେହକୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି।

ବର୍ତ୍ତମାନ ଅଭିଯୁକ୍ତ ମହିଳା ଏବଂ ତାଙ୍କ ପ୍ରେମିକ ଫେରାର୍ ଅଛନ୍ତି। ଉଭୟ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୋଲିସ ଟିମ୍ ଗଠନ କରାଯାଇଛି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଆଶା କରାଯାଉଛି।