fbpx
BJD SKY
BJD SKY

ପାରା ମାରିଲେ ୬ଲକ୍ଷ ଜୋରିମାନା କିମ୍ବା ଏକ ବର୍ଷ ଜେଲ୍‌, ପ୍ରଶାସନର ବିନାନୁମତିରେ ଘରୁ ବି ତଡିପାରିବେ ନାହିଁ

BJD

ନୂଆଦିଲ୍ଲୀ:ବିଶ୍ୱର ବିଭିନ୍ନ ଦେଶରେ ଏବେ ପାରା ଲୋକମାନଙ୍କ ପାଇଁ ବଡ ସମସ୍ୟା ପାଲଟିଯାଇଛନ୍ତି । ବିଭିନ୍ନ ରୋଗର ପ୍ରସାର କରିବା ସହିତ ଅନ୍ୟାନ୍ୟ ସମସ୍ୟାର ମଧ୍ୟ କାରଣ ପାଲଟିଛନ୍ତି । ଜାପାନ ବି ଏଥିରୁ ବଞ୍ଚିତ ନୁହେଁ । କିନ୍ତୁ ଏଠାରେ ପକ୍ଷୀମାନଙ୍କୁ ବିଶେଷ ଆଇନଗତ ସୁରକ୍ଷା ମିଳିଛି ଓ ପାରା ବି ଏହି ଆଇନଗତ ସୁରକ୍ଷାରେ ଆସୁଛନ୍ତି । ଜାପାନର ବନ୍ୟପ୍ରାଣୀ ଆଇନ ଅନୁଯାୟୀ ଆପଣ ଏଠାରେ ପାରା କିମ୍ବା କୌଣସି ଅନ୍ୟ ପକ୍ଷୀକୁ ବାଲକୋନୀ କିମ୍ବା ଘରର ଅନ୍ୟ କୌଣସି ସ୍ଥାନରୁ ଉଡାଇ ପାରିବେ ନାହିଁ କିମ୍ବା ସେମାନଙ୍କ ଓ ବସାକୁ କୌଣସି କ୍ଷତି ପହଞ୍ଚାଇ ପାରିବେ ନାହିଁ ।

ଆଇନ ଅନୁଯାୟୀ ଯଦି ଆପଣ ନିଜ ବାଲକୋନୀ କିମ୍ବା ଘରର ଅନ୍ୟ କେଉଁଠାରୁ ପାରାଙ୍କୁ ଘଉଡାଇବାକୁ ଚାହୁଁଛନ୍ତି ତେବେ ପ୍ରଥମେ ସ୍ଥାନୀୟ ପ୍ରଶାସନ ଠାରୁ ଏଥିପାଇଁ ଅନୁମତି ନେବେ । ଏଠାରେ ଡ୍ରାଇଭରଙ୍କ ଲାଗି ମଧ୍ୟ ସ୍ୱତନ୍ତ୍ର ନିୟମ ରହିଛି । ଆଇନ ଅନୁଯାୟୀ ଯଦି ସଡକ ଉପରେ ପାରା ବସିଛନ୍ତି ଓ ପରସ୍ପର ମଧ୍ୟରେ ସମ୍ବନ୍ଧ ସ୍ଥାପନ କରୁଛନ୍ତି ତେବେ ଟ୍ରାଫିକ୍ ସିଗନାଲ ଗ୍ରୀନ ରହିଥିଲେ ବି ଡ୍ରାଇଭର ସେଠାରେ ଅଟକିଯିବାକୁ ବାଧ୍ୟ ।

ନିକଟରେ ଜାପାନରେ ଏକ ମାମଲାରେ ଏହି ଆଇନ ଉପରେ ବିତର୍କ ଆରମ୍ଭ ହୋଇଛି । ଏହାକୁ ନେଇ ସୋସିଆଲ ମିଡିଆ ଦୁଇ ଭାଗ ହୋଇଯାଇଛି । ଚଳିତ ମାସ ୩ ତାରିଖରେ ଜଣେ ୫୦ ବର୍ଷୀୟ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ସେ ବନ୍ୟ ସୁରକ୍ଷା ଆଇନ ଉଲଙ୍ଘନ କରିଛନ୍ତି ବୋଲି ଅଭିଯୋଗ ହୋଇଛିି । ପୋଲିସର କହିବା ଅନୁଯାୟୀ ସେ ସଡକ ପାର କରୁଥିବା ବେଳେ ପାରାଙ୍କ ଏକ ଦଳ ସଡକ ଉପରକୁ ଆସିଯାଇଥିଲେ । ଡ୍ରାଇଭର କିନ୍ତୁ ଏହା ଦେଖି ଗାଡିର ବ୍ରେକ ଲଗାଇ ନ ଥିଲେ । ବରଂ ଗାଡିର ସ୍ପିଡ୍ ବଢାଇ ଦେଇଥିଲେ । ଏଥିରେ ଗୋଟିଏ ପାରାର ମୃତ୍ୟୁ ହୋଇଯାଇଥିଲା । ଏହାପରେ ପାରାର ମୃତଦେହ ହସ୍ପିଟାଲ ନିଆଯାଇ ବ୍ୟବଚ୍ଛେଦ କରାଯାଇଥିଲା । ଜଣାପଡିଥିଲା ଭୟ କାରଣରୁ ପାରାର ଜୀବନ ଚାଲିଯାଇଛି ।

ଜାପାନର ଆଇନ ଅନୁଯାୟୀ ଏହି ପ୍ରକାର ଅପରାଧରେ ଏକ ମିଲିୟନ ଜାପାନୀ ୟେନ( ୫,୮୪, ୨୨୦ଟଙ୍କା) କିମ୍ବା ୧ ବର୍ଷ ଜେଲ୍‌ର ପ୍ରାବଧାନ ରହିଛି । ଏପରି ସ୍ଥିତିରେ ଏହି ଡ୍ରାଇଭରଙ୍କୁ ଜରିମାନା କିମ୍ବା ଜେଲ୍ ଦଣ୍ଡ ଭୋଗିବାକୁ ପଡିବ ।

Get real time updates directly on you device, subscribe now.