fbpx
BJD SKY
BJD SKY

ରାଜଧାନୀରେ ଏକତ୍ରିତ ହେଲେ ହଜାର ହଜାର ଡ୍ରାଇଭର, ଦାବି ପୂରଣ ନେଇ କରାଯିବ ଆନ୍ଦୋଳନ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଜମା ହୋଇଛନ୍ତି ହଜାର ହଜାର ସଂଖ୍ୟାରେ ଡ୍ରାଇଭର । ବିଭିନ୍ନ ଦାବି ପୂରଣ ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ୧୦ ଦଫା ଦାବି ନେଇ ମହାସଂଘ ଆଜି ନବୀନ ନିବାସ ଘେରାଉ କରିବ । ଭୋରରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଏହି ଅବସରରେ ମାଷ୍ଟର କ୍ୟାଣ୍ଟିନରେ ଏକତ୍ରିତ ହୋଇଛନ୍ତି । ଫଳରେ ରାଜଧାନୀର ଅଧିକାଂଶ ଅଞ୍ଚଳରେ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଛି ।

ଡ୍ରାଇଭରଙ୍କୁ ଉଚିତ ବ୍ୟବହାର ସହ ସେମାନଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ଦେବାକୁ ଦାବି କରିଛି ମହାସଂଘ । ଡ୍ରାଇଭର ଦୈନିକ ହଜାର ହଜାର ଲୋକଙ୍କର ସେବା କରୁଛନ୍ତି । ତେଣୁ ସେମାନଙ୍କର ସୁରକ୍ଷା ପାଇଁ ବୀମା ରାଶି, ମୃତ ଡ୍ରାଇଭରଙ୍କୁ ସହାୟତା, ପେନସନ ବ୍ୟବସ୍ଥା ଆଦି କରିବାକୁ ଦାବି କରାଯାଇଛି । ଏଥିସହିତ ଡ୍ରାଇଭରଙ୍କ ପିଲାମାନଙ୍କର ଉଚ୍ଚଶିକ୍ଷାର ବ୍ୟବସ୍ଥା, ଡ୍ରାଇଭର ଆବାସ ଯୋଜନାରେ ଘର ନିର୍ମାଣ ନେଇ ମଧ୍ୟ ଦାବି ଉଠିଛି ।

ପୂର୍ବରୁ ଡ୍ରାଇଭର ମହାସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳମାନଙ୍କୁ ଦାବି ଜଣାଇଥିଲା । ଗତବର୍ଷ ଅକ୍ଟୋବର ମାସରେ ଉପରୋକ୍ତ ସମସ୍ତ ଦାବି ନେଇ ଡ୍ରାଇଭର ମହାସଂଘ ନିଜର ଶକ୍ତି ପ୍ରଦର୍ଶନ କରିଥିଲା । ତେବେ ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପୁଣି ଥରେ ମହାସଂଘ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛି ।

Get real time updates directly on you device, subscribe now.