fbpx

ଚାଲିଛି ପ୍ରସ୍ତତି, ଖୁବ୍‌ଶୀଘ୍ର ଆସିବ ଏଲ୍‌ଆଇସିର ଆଇପିଓ

ନୂଆଦିଲ୍ଲୀ : ଆଇପିଓ ଜାରି ପୂର୍ବରୁ ଫରେନ୍‌ ଏକ୍ସଚେଞ୍ଜ ମ୍ୟାନେଜ୍‌ମେଣ୍ଟ ଆକ୍ଟ ନିୟମରେ ସଂଶୋଧନ ନୋଟିଫିକେସନ୍‌ ଜାରି କରିଛି ଏଆଇସି । କ୍ୟାବିନେଟ୍‌ ମଞ୍ଜୁରୀ ପରେ ଡିପାର୍ଟମେଣ୍ଟ ଫର୍‌ ପ୍ରମୋଶାନ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ୍‌ ଟ୍ରେଡ୍‌ (ଡିିଆଇଆଇଟି) ମାର୍ଚ୍ଚ ୧୪ରେ ସଂଶୋଧନ କରିଥିଲେ ।

ସୂଚନାଥାଉକି ଡିପିଆଇଆଇଟିର ପ୍ରୋଭିଜନ୍ସ ଲାଗୁ କରିବା ପୂର୍ବରୁ ଫେମା ନୋଟିଫିକେସନ୍‌ ଜରୁରୀ ହୋଇଥାଏ । ଏବେ ଏଲ୍‌ଆଇସିରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଏଫ୍‌ଡିଆଇ କରାଯାଇପାରିବ । ଏଫ୍‌ଡିଆଇର ସର୍ବାଧିକ ଲିମିଟ୍‌ ୨୦ ପ୍ରତିଶତ ଏଥିାଇଁ ରଖାଯାଇଛି କାରଣ ବର୍ତ୍ତମାନର ନିୟମାନୁସାରେ ସରକାରୀ ବ୍ୟାଙ୍କରେ ଫରେନ୍‌ ଇନ୍‌ଭେଷ୍ଟମେଣ୍ଟର ସର୍ବାଧିକ ସୀମା ୨୦ ପ୍ରତିଶତ ରହିଛି । ସରକାର ଆଇପିଓ ଜାରିଆରେ ଏଲ୍‌ଆଇସିରେ ନିଜର ଅଂଶୀଦାର କମ୍‌ କରିବା ଯୋଜନାରେ ଅଛନ୍ତି । ଏଲ୍‌ଆଇସି ଫେବୃୟାରୀ ମାସରେ ଆଇପିଓ ଜାରି ପାଇଁ ମାର୍କେଟ୍‌ ରେଗୁଲେଟାରୀ ସେବି ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରିଥିଲେ । ଏବେ ଖୁବ୍‌ଶୀଘ୍ର ଆର୍‌ଏଚ୍‌ପି ଦାଖଲ କରାଯିବାର ସମ୍ଭାବନା ରହିଛି । ଫେମା ନିୟମରେ କରାଯାଇଥିବା ସଂଶୋଧନର ନୋଟିଫିକେସନ୍‌ରୁ ଜଣାପଡ଼ୁଛି କି ଏଲ୍‌ଆଇସିର ଆଇପିଓ ଖୁବ୍‌ଶୀଘ୍ର ଆସିବ ।

Get real time updates directly on you device, subscribe now.