fbpx
BSKY
BJD MC SKY
BJD YOUTH SKY

ଗାଡ଼ିଚାଳକ ସାବଧାନ! ଜାନୁଆରୀ ପହିଲାରୁ ଚେକିଂ କଡ଼ାକଡ଼ି

ଭୁବନେଶ୍ୱର, ୬ା୧୨ (ଓଡିଶା ଭାସ୍କର): ଗାଡ଼ିଚାଳକମାନେ ସାବଧାନ ହୋଇଯାଆନ୍ତୁ । ଆସନ୍ତା ୨୦୨୧ ଜାନୁଆରୀ ମାସ ପହିଲାରୁ ଟ୍ରାଫିକ୍ ଚେକିଂ କଡ଼ାକଡ଼ି ହେବ । ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା ଦେଇଛନ୍ତି । ପୂର୍ବରୁ କରୋନା ପାଇଁ ଚେକିଂରେ କୋହଳ କରାଯାଇଥିବା ବେଳେ ଏବେ ପୁଣି ଯାଞ୍ଚ ଆରମ୍ଭ ହେବାର ଯୋଜନା ହେଉଛି । ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିଷ୍ପତ୍ତି ନିଆଯାଇଛି । ତେବେ ସୁପ୍ରିମକୋର୍ଟଙ୍କ କମିଟିର ନିର୍ଦ୍ଦେଶ ପରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାଯାଇଛି । ଡିସେମ୍ବର ମାସରେ ଜନସାଧାରଣଙ୍କୁ ନୂଆ ଲାଗୁ ହୋଇଥିବା ଆଇନ୍ ବିଷୟରେ ସଚେତନ କରାଯିବ । ୨ ଜଣ ବାଇକ ଆରୋହୀଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ କରାଯାଇଛି । ବେପରୁଆ ଗାଡ଼ି ଚାଳକଙ୍କୁ ଆଉ ନିସ୍ତାର ମିଳିବ ନାହ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

Get real time updates directly on you device, subscribe now.