fbpx

ଲୋହିତ ସାଗରରେ ଆମେରିକୀୟ ଜାହାଜରେ ଡ୍ରୋନ୍ ଆକ୍ରମଣ; କାର୍ଯ୍ୟାନୁଷ୍ଠାନ ନେଲା ଭାରତୀୟ ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ବୁଧବାର ରାତିରେ ଲୋହିତ ସାଗରରେ ଡ୍ରୋନ୍ ଆକ୍ରମଣର ଶିକାର ହୋଇଛି ଜେନ୍କୋ ପିକାର୍ଡି ନାମକ ଏକ ବ୍ୟବସାୟୀ ଜାହାଜ। ଆଡେନ ବନ୍ଦରଠାରୁ ପ୍ରାୟ ୧୦୦ କିଲୋମିଟର ଦକ୍ଷିଣରେ ଏହି ଆକ୍ରମଣ ହୋଇଥିଲା, ଯାହା ପରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ବିଶାଖାପାଟଣା ଆକ୍ସନକୁ ଆସିଥିଲା ।

ଜେନକୋ ପିକାର୍ଡିରେ ୨୨ ଜଣ କ୍ରୁ ମେମ୍ବର ଅଛନ୍ତି, ସେମାନଙ୍କ ମଧ୍ୟରୁ ୯ ଜଣ ଭାରତୀୟ। ଜେନକୋ ପିକାର୍ଡି ହେଉଛି ଏକ ଆମେରିକୀୟ ମାଲବାହୀ ଜାହାଜ ଯାହାଉପରେ ହୁଥି ବିଦ୍ରୋହୀମାନେ ଆକ୍ରମଣ କରିଥିଲେ। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ହୁଥି ବିଦ୍ରୋହୀମାନେ ବୁଧବାର କହିଛନ୍ତି ଯେ ସେମାନଙ୍କ କ୍ଷେପଣାସ୍ତ୍ର ଆମେରିକାର ବଲ୍କ କ୍ୟାରିୟର ଜେନ୍କୋ ପିକାର୍ଡିକୁ ଧକ୍କା ଦେଇଥିଲା। ଜାହାଜ ପରିଚାଳନା କରୁଥିବା କମ୍ପାନୀ ଜେନ୍କୋ କହିଛି ଯେ କୌଣସି କ୍ରୁ ମେମ୍ବର ଆହତ ହୋଇନାହାନ୍ତି ଏବଂ ଜାହାଜଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

ୟେମେନର ହୁଥି ବିଦ୍ରୋହୀମାନେ ଏହି ଜାହାଜ ଉପରେ ଆକ୍ରମଣ ହୋଇଥିବା ଅଞ୍ଚଳରେ ସକ୍ରିୟ ଅଛନ୍ତି ଏବଂ ସେମାନେ ବ୍ୟବସାୟୀ ଜାହାଜକୁ ଟାର୍ଗେଟ କରୁଛନ୍ତି। ଏହି ଆକ୍ରମଣ ପରେ ହୁଥି ବିଦ୍ରୋହୀଙ୍କ ଆଉ ଏକ ଘାଟି ଉପରେ ଆମେରିକା ଜବାବ ଦେଇଥିଲା। ଆମେରିକା ସେନା କହିଛି ଯେ ସେମାନେ ଉତକ୍ଷେପଣ ପାଇଁ ପ୍ରସ୍ତୁତ କ୍ଷେପଣାସ୍ତ୍ରକୁ ଟାର୍ଗେଟ କରିଛନ୍ତି। ଅନ୍ୟପକ୍ଷରେ ହୁତି ବିଦ୍ରୋହୀମାନେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ବନ୍ଦ ନ କରେ, ସେ ପର୍ଯ୍ୟନ୍ତ ଇସ୍ରାଏଲକୁ ଆସୁଥିବା ଜାହାଜଗୁଡ଼ିକୁ ଟାର୍ଗେଟ କରିବା ଜାରି ରଖିବ।

 

Get real time updates directly on you device, subscribe now.