fbpx

World Cup ପୂର୍ବରୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଡ୍ରୋନ୍ ଦେଖାଇଲା ଗଜବ କଳାକୃତି : ଖୁସି ହୋଇଯିବ ଭାରତୀୟଙ୍କ ହୃଦୟ, ଦେଖନ୍ତୁ Video

ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ ର ଫାଇନାଲ ମ୍ୟାଚ୍ ପାଇଁ ସମଗ୍ର ବିଶ୍ୱ ଅନାଇ ବସିଛି । ବିଶେଷକରି ଭାରତ ଏବଂ ଅଷ୍ଟ୍ରେଲିଆର କ୍ରିକେଟ୍ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଯେ, ମ୍ୟାଚ୍ କେତେବେଳେ ହେବ, କିଏ ଏଥରର ବିଶ୍ୱକପ୍ ବିଜେତା ହେବେ?

ଏଥରର ବିଶ୍ୱକପ୍ ଅନେକ କ୍ଷେତ୍ରରେ ସ୍ୱତନ୍ତ୍ର । ପ୍ରଥମତଃ ୨୦୧୧ ପରଠାରୁ ଏହା ପ୍ରଥମ ସୁଯୋଗ, ଯେବେ ଭାରତୀୟ ଟିମ୍ ଟାଇଟଲର ଏତେ ନିକଟତର ଏବଂ ଦ୍ୱିତୀୟତଃ ମ୍ୟାଚ୍ ପାଇଁ ବହୁତ ଖାସ୍ ପ୍ରସ୍ତୁତି ଚାଲିଛି । ଏହି ମହାନ ମ୍ୟାଚ୍ ପୂର୍ବରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଡ୍ରୋନ୍ ଚମତ୍କାର କଳା ପ୍ରଦର୍ଶନ କରିଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି । ଏହି ଦୃଶ୍ୟ ଦେଖିଲେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଖୁସି ହୋଇଯିବ ।


ଭିଡିଓରେ ଆପଣ ଦେଖିପାରିବେ କିପରି ଶହ ଶହ ଡ୍ରୋନ୍ ଏକାଠି ହୋଇ ଆକାଶରେ ଭାରତର ମାନଚିତ୍ର ଏବଂ ପତାକା ତିଆରି କରୁଛି । କେବଳ ଏତିକି ନୁହେଁ, ଡ୍ରୋନ୍ ମଧ୍ୟ ସାନଦାର୍ ଭାବରେ କପ୍ ର ଫଟୋ କରିଛି । ଏହା ବ୍ୟତୀତ ଷ୍ଟାଡିୟମରେ ଡ୍ରୋନ୍ ବ୍ୟବହାର କରି ଅନେକ ପ୍ରକାରର ଚିତ୍ରକଳା କରାଯାଇଛି, ଯାହାକି ଖୁବ୍ ଚମକ୍ରାର । ଏହି ଡ୍ରୋନ୍ ସୋ’ର ଭିଡିଓ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି ଯେ, ‘ବିଶ୍ୱକପ ୨୦୨୩ ଫାଇନାଲ ପୂର୍ବରୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଡ୍ରୋନ ସୋ’ ।

Get real time updates directly on you device, subscribe now.