fbpx

ବଲିଉଡରେ ଡ୍ରଗ୍ସ ଲିଙ୍କକୁ ନେଇ ଖୋଲୁଛି ଗୁମର

ମୁମ୍ବାଇ,୨୪ ।୯ : ବଲିଉଡର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ଏନସିବିର ତାଲିକା ଦିନକୁ ଦିନ ଲମ୍ବିବାରେ ଲାଗିଛି । ଡ଼୍ରଗ୍ସ ଲିଙ୍କ ଘଟଣାରେ ବହୁ ସିନେ ତାରକାଙ୍କ ନାଁ ସାମ୍ନାକୁ ଆସିଛି । ଏନସିବିର ଜେରା ବେଳେ ଗୁମର ଖୋଲିଛନ୍ତି ଡ୍ରଗ୍ସ ଡିଲର କରମଜିତ୍ । ଏନସିବି ସ୍କାନରକୁ ଆସିପାରନ୍ତି ୫୦ ସେଲିବ୍ରିଟ, ନିର୍ଦ୍ଦେଶକ ଓ ପ୍ରଯୋଜକ । ଟିଭି କଳାକାର ଅବିଗେଲ ପାଣ୍ଡେ, ସନମ ଜୋହରଙ୍କୁ ଜେରା ଚାଲିଥିବା ବେଳେ ଓ ଏନସିବି ରାଡାରରେ ଥିବା ଆଉ ୫ଟି ଟିଭି କଳାକାରଙ୍କୁ ଖୁବଶୀଘ୍ର ସମନ ହୋଇପାରେ । ଧର୍ମା ପ୍ରଡକ୍ସନର ନିର୍ଦ୍ଦେଶକ କ୍ଷିତିଜ ପ୍ରସାଦଙ୍କୁ ଏନସିବିର ସମନ ପଠାଯାଇଛି । କାଲି ଏନସିବି ଆଗରେ ହାଜର ହେବେ କ୍ଷିତିଜ ପ୍ରସାଦ ।

ତେବେ ଡ୍ରଗ୍ସ ଲିଙ୍କ ଘଟଣାରେ ଜେଲରେ ଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରାଯିବା ସମୟରେ ଅଭିନେତ୍ରୀ ରାକୁଲପ୍ରୀତଙ୍କ ସହ ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁରଙ୍କ ନାଁ ସାମ୍ନାକୁ ଆସିଥିଲା । ଏହାକୁ ଭିତ୍ତି କରି ଆଜି ଏନସିବି ରାକୁଲପ୍ରୀତ ଓ ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟାକୁ ଜେରା ଚାଲିଛି । ଏହାସହ ଆଗକୁ ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର,ଦୀପିକା ପାଦୁକୋନଙ୍କୁ ମଧ୍ୟ ପଚରାଉଚରା କରାଯିବ ।

Get real time updates directly on you device, subscribe now.