ଭଦ୍ରକ: (ଓଡ଼ିଶା ଭାସ୍କର) ପୂର୍ବରୁ ଧରା ପଡ଼ିଥିବା ବ୍ରାଉନସୁଗାର ଅଭିଯୁକ୍ତ ଲିଙ୍କ ରେ ଥିବା ପୁଣି ଦୁଇ ଅଭିଯୁକ୍ତ ଗିରଫ । ପୂର୍ବରୁ STF ପଞ୍ଜା ରେ ପଡ଼ିଥିଲେ ।
ତେବେ ପୂର୍ବରୁ ଭଦ୍ରକ ପୋଲିସ ଚରମ୍ପା ଅଞ୍ଚଳ ରୁ ଯେଉଁ ଦୁଇ ଭାଇଙ୍କୁ ଗିରଫ କରିଥିଲା ସେହି ସମୟରେ ସହଯୋଗୀମାନେ ଖସି ଯାଇଥିଲେ ।
ଭଦ୍ରକ ଏସପିଙ୍କ ସ୍ଵତନ୍ତ୍ର ସ୍କ୍ୱାର୍ଡ ଓ ଟାଉନ୍ ପୋଲିସ ଦୁଇ ଜଣଙ୍କୁ ଖୋଜୁଥିଲା । ତେବେ ଏହି ଦୁଇ ଅଭିଯୁକ୍ତ ବ୍ରାଉନ ସୁଗାର ବିକ୍ରି କରି ଟଙ୍କା ନେଇ ଫେରୁଥିବା ବେଳେ ବନ୍ତ୍ ଛକ ନିକଟରେ ମାଡ଼ି ବସିଥିଲା ପୋଲିସ ।
ଗିରଫ ଦୁଇ ଜଣ ହେଲେ ପୁରୁଣା ବଜାର ଥାନା ଅଧୀନ ଚଡାକ ମହଲା ର ଗୁଲିସ୍ଥାନ ଖାନ ଓରଫ ଛୋଟୁ ଓ ସରକାର ନଗର ର ଏସ କେ ଆବିଦ ଓରଫ ଜ୍ୟୋତି ବୋଲି ପୋଲିସ ସୁଚନା ଦେଇଛି ।
ଦୁଇ ଅଭିଯୁକ୍ତ ଙ୍କ ନିକଟ ରୁ 2 ଲକ୍ଷ 40 ହଜାର ନଗଦ ଟଙ୍କା , 5 ଟି ମୋବାଇଲ୍ ଓ ଅନ୍ୟାନ୍ୟ କାଗଜପତ୍ର ଜବତ୍ ହୋଇଛି ।