fbpx
BSKY SKY
BSKY SKY

ବିମାନରୁ ଜବତ ହେଲା ୧୯୦ କୋଟିର ଡ୍ରଗ୍ସ, ପାଇଲଟଙ୍କ ସମେତ ସମସ୍ତ କ୍ରୁ ସଦସ୍ୟ ଗିରଫ

BSKY

କାନାଡ଼ାରେ ଏକ ବିନମାନରୁ ପ୍ରାୟ ୧୯୦ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି । ଏହା ପରେ ଏହି ମାମଲାରେ ବିମାନର ପାଇଲଟଙ୍କ ସମେତ ସମସ୍ତ କ୍ରୁ ମେମ୍ବରଙ୍କୁ ଗିରଫ କରିଛି ପୋଲିସ । ପ୍ରଥମେ ଯେତେବେଳେ ବିମାନ ବବନ୍ଦରରେ ସୁରକ୍ଷା କର୍ମୀ ଏହି ବ୍ୟାଗକୁ ଖୋଲିଥିଲେ, ସେହି ସମୟରେ ସମସ୍ତେ ଚକିତ ହୋଇଯାଇଥିଲେ ଏବଂ ଭୟଭୀତ ହୋଇଯାଇଥିଲେ । କାରଣ ପ୍ରଥମେ ସେମାନେ ବ୍ୟାଗ ଭିତରେ ବମ୍ ଥିବା ସନ୍ଦେହ କରିଥିଲେ । ଏହି ବିମାନଟି ପିଭୋଟ ଏୟାର ଲାଇନ୍ସର ଅଟେ ।

ଏହି ଘଟଣା ପରେ ଏୟାରଲାଇନ୍ସ କମ୍ପାନୀ ପକ୍ଷରୁ କହାଯାଇଛି ଯେ, ସେମାସନଙ୍କର କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ରହିଛି । ସେମାନଙ୍କୁ ଅମାନବୀୟ ସ୍ଥିତିରେ ରଖାଯାଇଛି । ତେବେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ କୋର୍ଟରେ ଶୁଣାଣି ପରେ ସେମାସନଙ୍କୁ ଛାଡ଼ିଦିଆଯିବ ।

ସୂଚନା ଅନୁସାରେ ଏହି ବିମାନଟି ଡୋମିନିକ ରିପବ୍ଲିକର ପୁଣ୍ଟା ଏୟାରପୋର୍ଟକୁ ମାର୍ଚ୍ଚ ୩୧ରେ ଆସିଥିଲା । ଏଠାରେ ବିମାନଟି ଟରୋଣ୍ଟୋ ପାଇଁ ଉଡ଼ାଣ ଭରିଥାନ୍ତା । କିନ୍ତୁ ଏପ୍ରିଲ ୫ ତାରିଖରେ ଏୟାରପୋର୍ଟ ସୁରକ୍ଷା କର୍ମୀ ବିମାନ ଭିତରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଥିଲେ ।

ଡୋମିନିକ ରିପବ୍ଲିକ ନେସନାଲ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶକ କହିବା ମୁତାବକ ଏହି ଡ୍ରଗ୍ସ ୮ଟି କଳା ରଙ୍ଗର ବ୍ୟାଗରେ ଭର୍ତ୍ତି ହୋଇଥିଲା । ପ୍ରତି ବ୍ୟାଗରେ ୨୫ ଟି ଲେଖାଏଁ ଛୋଟ ଛୋଟ ପ୍ୟାକେଟ ଥିଲା ଏବଂ ମୋଟ ୨୦୦ ପ୍ୟାକଟ ଜବତ ହୋଇଥିଲା । ଏହି ଘଟଣାରେ ୫ ବିମାନ କ୍ରୁ ସଦସ୍ୟଙ୍କ ସମେତ ପୋଲିସ ୧୧ ଜଣଙ୍କୁ ଗିରଫ କରିଥିଲା । ତେବେ ପୋଲିସ କ୍ରୁ ସଦସ୍ୟମାନଙ୍କ ନାମ ଏଯାଏ ପ୍ରକାଶ କରିନାହିଁ ।

 

Get real time updates directly on you device, subscribe now.