fbpx

Video: ମଦ ନିଶାରେ ଚୁର ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ, ଭାଇରାଲ ହେଉଛି ନିଶାକ୍ତ ଅବସ୍ଥାରେ କାର୍ଯ୍ୟ ପରିଚାଳନା ଭିଡିଓ

ଗଜପତି: ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ବେଳେ ସରକାରୀ କର୍ମଚାରୀଙ୍କ ଅବହେଳା ଚରମ ସୀମାରେ ପହଞ୍ଚିଛି। ସରକାର ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଯୋଜନା ତଥା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଉପଯୁକ୍ତ ଭାବେ କାର୍ୟ୍ୟକାରି କରିବାରେ ବିଫଳ ବିଭାଗିୟ ଅଧିକାରୀ, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ(ଏନଆରଏଚଏମ୍) ବିଭାଗରେ ନିୟୋଜିତ ଥିବା ବିଏଏମ୍ ଗଙ୍ଗାଧର ଆଚାର୍ୟ୍ୟଙ୍କ ଅନୈତିକ ଭିଡ଼ିଓ ଭାଇରଲ ପରେ ନିଜ ଦାୟିତ୍ୱ ପ୍ରତି କେତେ ନିଷ୍ଠାପର ତାହା ସ୍ପଷ୍ଟ ହେଉଛି।

୩ବର୍ଷ ହେଲା ହେଲା ସେ ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ବିଏଏମ ଭାବେ କାର୍ୟ୍ୟରତ ଥିବା ବେଳେ ନିୟମିତ କାର୍ୟ୍ୟାଳୟକୁ ନଆସିବା, କର୍ମଚାରୀଙ୍କ ଦରମା ନିମନ୍ତେ ଧମକ ପୂର୍ଣ୍ଣ ଭାବେ ଲାଞ୍ଚ ମାଗିବା ଓ କାର୍ୟ୍ୟାଳୟ ଭିତରେ ଅନୈତିକ ମଦ୍ୟପାନ କରିବା ଏପରି ଅଭିଯୋଗ କରି ଆସୁଛନ୍ତି କର୍ମଚାରୀ ମାନେ। ନିଶାସକ୍ତ ଅବସ୍ଥାରେ ସରକାରୀ କାର୍ୟ୍ୟାଳୟ ଭିତରେ ଟେବୁଲ ଉପରେ ମଦ ବୋତଲ ରଖି କାର୍ୟ୍ୟ ପରିଚାଳନା କରୁଥିବା ଦେଖିବାକୁ ମିଳିଛି।

ଗୁମ୍ମା ଏକ ଆଦିବାସୀ ଉପାନ୍ତ ଅଞ୍ଚଳ ହୋଇଥିବାରୁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ପରେ ମଧ୍ୟ ସ୍ୱାସ୍ଥ୍ୟ ସେବାର ଉନ୍ନତି ହୋଇ ପାରୁନାହିଁ। ଏହି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଅଧିକାଂଶ ମହିଳା କର୍ମଚାରୀ କର୍ୟ୍ୟରତ ଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ଅସଭ୍ୟ ଓ ଅସାମାଜିକ ଆଚରଣ ପାଇଁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା ପ୍ରକାଶ ପାଇଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସହ ଶିଶୁ ସେବା ଡାକ୍ତରଙ୍କ ନିଯୁକ୍ତି ଦାବି କରିଛନ୍ତି ଅଞ୍ଚଳବାସୀ।

Get real time updates directly on you device, subscribe now.