fbpx

Breaking; ସରକାରୀ ସ୍କୁଲ ଭିତରେ ପଶି ପିଲାଙ୍କୁ ପିଟିଲା ମଦୁଆ: ୬ ଜଣ ଛାତ୍ରଛାତ୍ରୀ ଆହତ

ଟିଟିଲାଗଡ଼: ବଲାଙ୍ଗୀର ଟିଟିଲାଗଡ଼ର ଏକ ସ୍କୁଲରେ ଦେଖିବାକୁ ମିଳିଛି ଏକ ଅଜବ ତଥା ଅଭାବନୀୟ କାଣ୍ଡ । ବଙ୍କେଲ ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ପଶି ଜଣେ ମଦୁଆ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି । ପାଠ ପଢୁଥିବା ୧୫ରୁ ଅଧିକ ଜଣ ପିଲାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଜଣାଯାଇଛି । ମଦୁଆର ଏଭଳି କାଣ୍ଡରେ ସ୍କୁଲର ପ୍ରାୟ ୬ ଜଣ ପିଲା ଆହତ ହୋଇଛନ୍ତି । ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପିଲାଙ୍କୁ ମାଡ଼ ମାରିବା ପରେ ସମ୍ପୃକ୍ତ ମଦୁଆ ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି । ତେବେ ମଦୁଆର ଏଭଳି କାଣ୍ଡ ଘଟାଇବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ସେପଟେ ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମଧ୍ୟ କøଣସି ଅପଡେଟ ମିଳିନାହିଁ ।

Get real time updates directly on you device, subscribe now.