fbpx
BSKY
BJD SHG SKY
BJD YOUTH SKY

ନିଶାରେ ଏତେ ଚୁର କି ନିଜକୁ ଖୋଜିବାକୁ ଗଠିତ ଅନୁସନ୍ଧାନକାରୀ ଦଳ ସହ ବାହାରିଲା ମଦୁଆ

ନୂଆଦିଲ୍ଳୀ: ଜଣେ ୫୦ ବର୍ଷୀୟ ମଦୁଆ ଏମିତି କିଛି କାମ କରିଛି ଯାହା ଶୁଣିଲେ ଆପଣ ହସି ହସି ବେଦମ ହୋଇଯିବେ । ନିଖୋଜ ହୋଇଥିବା ଜଣେ ମଦୁଆକୁ ଖୋଜିବା ପାଇଁ ଗୋଟିଏ ଟିମ ଗଠନ ହୋଇଥିବା ବେଳେ ଏହି ଟିମ ସହିତ ମିଶି ନିଜକୁ ଖୋଜିବାରେ ବ୍ୟସ୍ତ ରହିଥିଲା ଏହି ମଦ୍ୟପ ବ୍ୟକ୍ତି । ଏପରି ଏକ ଘଟଣା ଘଟିଛି ତୁର୍କୀରେ । ତୁର୍କୀରେ ବାସ କରୁଥିବା ୫୦ ବର୍ଷୀୟ ବେହାନ ମୁଟଲୁ ଜଣେ ମଦ୍ୟପ । ନିୟମିତ ଭାବରେ ମଦ୍ୟପାନ କରିବା ସହିତ ପ୍ରାୟ ସମୟ ଘରଠାରୁ ବାହାରେ ରହିଥାନ୍ତି ।
ନିକଟରେ ଏହି ବ୍ୟକ୍ତି ଜଣକ ଜଙ୍ଗଲ ମଧ୍ୟରେ ହଜି ଯାଇଥିଲେ । ଇନୋଗାଲ ସହରରୁ ବ୍ୟକ୍ତି ଜଣଙ୍କ ନିଖୋଜ ହୋଇଥିବା ନେଇ ପଡୋଶୀ ମାନେ ରିପୋର୍ଟ କରିଥିଲେ । ଏହି ରିପୋର୍ଟ କରାଯିବା ପରେ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଥିଲା । ବେହାନଙ୍କ ସୂଚନା ମିଳିବା ପରେ ସ୍ଥାନୀୟ ଲୋକ ମଧ୍ୟ ଅନୁସନ୍ଧାନକାରୀ ଦଳ ସହିତ ଯୋଗ ଦେଇଥିଲେ । ତେବେ ଖୋଜାଖୋଜି ଅଧାରୁ ବେହାନ ଦଳ ସହିତ ସାମିଲ ଥିବା ଦେଖିବାକୁ ମିଳିଥିଲା । ତେବେ ବେହାନଙ୍କ ସାଙ୍ଗ ମାନେ ତାଙ୍କୁ କିଭଳି ଚିହ୍ନି ପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.