fbpx

ନ୍ୟୁଜରୁମରେ କ୍ରିଏଟିଭିଟିର ଅଭାବ ଓ ଷ୍ଟୋରୀର ଦେବାଳିଆପଣ ପାଇଁ ଯାଇଛି ଅରିନ୍ଦମଙ୍କ ଜୀବନ; କ୍ଷୋଭ ପ୍ରକାଶ କଲେ ସତ୍ୟ ପ୍ରକାଶ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗକୁ ନେଇ ଶୋକର ଛାୟା ଖେଳିଯାଇଛି । ଜଣେ ନୀର୍ଭିକ ସାମ୍ବାଦିକଙ୍କ ବିୟୋଗରେ ସବୁଆଡେ ଶୋକର ଛାୟା ଖେଳି ଯାଇଥିବା ବେଳେ ଏହାକୁ ନେଇ କିଛି ମହଲରେ ଭିନ୍ନ ମତ ମଧ୍ୟ ସୃଷ୍ଟି ହୋଇଛି । ତେବେ ଏହା ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ନିଜର ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ । ଅରିନ୍ଦମଙ୍କ ମୃତ୍ୟୁ ପାଇଁ ନ୍ୟୁଜ ରୁମ୍ ଦାୟୀ ବୋଲି କହିଛନ୍ତି ସତ୍ୟ । କ୍ରିଏଟିଭିଟିର ଅଭାବ ଏବଂ ଷ୍ଟୋରୀର ଦେବାଳିଆପଣ ପାଇଁ ଜଣେ ନୀର୍ଭିକ ସାମ୍ବାଦିକ ନିଜର ପ୍ରାଣ ହରାଇଲେ ବୋଲି ସତ୍ୟ କହିଛନ୍ତି । ମୁଣ୍ଡୁଳି ଯେଉଁଠି ଅରିନ୍ଦମ ପ୍ରାଣ ହରାଇଥିଲେ ସେଠାରେ ତାଙ୍କର ପ୍ରାଣ ଯାଇନାହିଁ ବରଂ ନ୍ୟୁଜରୁମରେ ହିଁ ତାଙ୍କର ପ୍ରାଣହାନି ଘଟିଛି ବୋଲି ସତ୍ୟ କହିଛନ୍ତି । ବ୍ରେକିଂ ନ୍ୟୁଜ ଏବଂ ଟିଆରପି ପାଇଁ ନ୍ୟୁଜ ରୁମ୍ ହିଁ ସତ୍ୟଙ୍କ ପ୍ରାଣ ନେଇଛି ବୋଲି ଅଭିଯୋଗ କରିଛନ୍ତି ଏହି ବରିଷ୍ଠ ସାମ୍ବାଦିକ ।

ଏହା ସହିତ ସରକାରୀ କଳର ବିଫଳତା ଆଡକୁ ମଧ୍ୟ ଇଙ୍ଗିତ କରିଛନ୍ତି ସତ୍ୟ । ହାତୀର ଉଦ୍ଧାର ପଛରେ ରହିଥିବା ପ୍ରଶାସନିକ ବିଫଳତା ଆଡକୁ ଆଙ୍ଗୁଳି ଉଠାଇଛନ୍ତି । ହାତୀଟି କେଉଁଭଳି ଭାବରେ ମୁଣ୍ଡୁଳିରେ ପହଞ୍ଚିଲା, ଆଉ ଉଦ୍ଧାର ସମୟରେ ଯେଉଁ ଭଳଭି ଭାବରେ ଲୋକାରଣ୍ୟ ଏବଂ କୋଳାହଳ ପରସ୍ଥିତି ସୃଷ୍ଟି ହେଲା ତାହାକୁ ମଧ୍ୟ କଡା ନିନ୍ଦା କରିଛନ୍ତି ସତ୍ୟ । ହାତୀଙ୍କ ପାଇଁ ନିର୍ମିତ କରିଡରକୁ ଧୀରେ ଧୀରେ ନଷ୍ଟ କରି ଦିଆଯାଉଥିବା ବେଳେ ଏଥି ପାଇଁ ହାତୀଙ୍କ ନିୟମିତ ଚଳପ୍ରଚଳ ରାସ୍ତା ପ୍ରଭାବିତ ହୋଇଛି । ଯେଉଁଥିପାଇଁ ବନ୍ୟା ପରସ୍ଥିତିରେ ମଧ୍ୟ ହାତୀଟି ମୁଣ୍ଡୁଳି ରାସ୍ତା ଦେଇ ଯାଇଥିଲା ଏବଂ ୩ଟି ଜୀବନ ଅକାଳରେ ଝଡି ପଡିଥିଲା ।

Get real time updates directly on you device, subscribe now.