fbpx

ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଡିଏସପି ଦେବିନ୍ଦର ବିରୋଧରେ ମିଳିଲା ଠୋସ୍ ପ୍ରମାଣ

ନୂଆଦିଲ୍ଲୀ,୧୮ ।୧: ଜମ୍ମୁ-କାଶ୍ମୀରରୁ ହିଜବୁଲ ଆତଙ୍କବାଦୀ ସହ ଡିଏସପି ଦେବିନ୍ଦର ସିଂହ ଗିରଫ ହେବା ଘଟଣାରେ କେନ୍ଦ୍ର ଖୁଫିଆ ଏଜେନ୍ସି ବା ଆଇବି ଟିମକୁ ଏକ ଠୋସ୍ ପ୍ରମାଣ ମିଳିଛି । ୨୦୦୫ରେ ଗିରଫ ହୋଇଥିବା ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ସହ ଦେବିନ୍ଦରର ସାମଞ୍ଜସ୍ୟ ଥିବା ଜଣାପଡିଛି । ଆଇବିର ଗୁପ୍ତ ସୂତ୍ରରୁ ଖବର ମିଳିଛି କି, ୨୦୦୫ ମସିହାରେ ଦିଲ୍ଲୀ ପୋଲିସ ୭ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲେ । ଏହି ଆତଙ୍କବାଦୀଙ୍କ ପାଖରୁ ଏକେ-୪୭ ଓ ନକଲି ଟଙ୍କା ଜବତ ହୋଇଥିଲା । ଏହା ସହ ଯାଞ୍ଚ ଅଧିକାରୀଙ୍କୁ ଏକ ମଧ୍ୟ ଚିଠି ମିଳିଥିଲା, ଯେଉଁଥିରେ ଦେବିନ୍ଦର ସିଂହ ଲେଖାହୋଇଥିଲା ।

ସେହି ସମୟରେ ଗିରଫ ହୋଇଥିବା ଆତଙ୍କବାଦୀମାନେ ହିଜବୁଲ ମୁଜାଉଦ୍ଦୀନ ପାଇଁ କାମ କରୁଥିବାର ଅଭିଯୋଗ ହୋଇଥିଲା । ଜାହିଦ ନାମକ ଏକ ଆତଙ୍କବାଦୀ ପାଖରୁ ଏକ ଚିଠି ଜବତ ହୋଇଥିଲା, ଯେଉଁଟି ଦେବିନ୍ଦର ସିଂହ ଦେଇଥିଲା । କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଦେବିନ୍ଦର ନିଜର ନାମ ଓ ହସ୍ତାଖର ସହିତ ଆତଙ୍କବାଦୀଙ୍କୁ ଦେଇଥିଲା । ଏହି ଚିଠିରେ ଲେଖାଥିଲା ଯେ, ଗୁଲାମ ମୋଇନୁଦ୍ଦୀନ ପୁଲୱାମାର ନିବାସୀ । ସେ ସର୍ବଦା ନିଜ ପାଖରେ ଏକ ପିସ୍ତଲ ଓ ୱାୟରଲେସ୍ ସେଟ୍ ରଖିଥାନ୍ତି । ଏଥିପାଇଁ ସବୁ ଫୋର୍ସଙ୍କୁ ଅନୁରୋଧ ଯେ, ବିନା ଯାଞ୍ଚରେ ଏମାନଙ୍କୁ ଛାଡିଦିଆଯାଉ । କେବେବି ଏମାନଙ୍କୁ ଅଟକ ରଖନାହିଁ ।’

ତେବେ ହିଜବୁଲ ଆତଙ୍କବାଦୀମାନଙ୍କୁ ନେଇ ଚଣ୍ଡୀଗଡ ନେଇ ଯାଉଥିବା ବେଳେ ଧରାପଡ଼ିଥିଲେ ଡିଏସପି ଦେବିନ୍ଦର ସିଂହ । ଏଥିପାଇଁ ଡିଏସପି ଦେବିନ୍ଦର ସିଂହଙ୍କୁ ବହିଷ୍କାର କରାଯାଇଛି । ଜଣାପଡିଛି ଯେ, ଦେବିନ୍ଦର ନିଜ ଘରେ ଏହି ଆତଙ୍କବାଦୀଙ୍କୁ ରଖି ଦେଖାଶୁଣା କରୁଥିଲେ । ପୋଲିସ ତାଙ୍କୁ ଗିରଫ କରିବା ପରେ ତାଙ୍କ ଚଢ଼ାଉ କରି ସେଠାରୁ ଗୋଟିଏ ଏକେ-୪୭ ରାଇଫଲ ଓ ୨ଟି ବନ୍ଧୁକ ଜବତ କରିଥିଲା । ଏନେଇ ଗତ ୧୩ ତାରିଖରେ ପୋଲିସ ଅଧିକାରୀମାନେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.