fbpx

DSP ପାହ୍ୟାର ୧୨ ଜଣ ଅଧିକାରୀଙ୍କୁ ଅତିରିକ୍ତ SP ପଦବୀକୁ ପଦୋନ୍ନତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସରେ କାର୍ଯ୍ୟରତ ୧୨ ଜଣ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ଦିଆଆଇ ବଦଳି କରାଯାଇଛି । ସେହିପରି ୨ ଜଣ ଅତିରିକ୍ତ ଏସପିଙ୍କୁ ମଧ୍ୟ ବଦଳି କରାଯାଇଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ, ରାଉରକେଲା ପିସିଆର ସେଲର ଡିଏସପି ଅସୀମ କୁମାର ପଣ୍ଡାଙ୍କୁ ବ୍ରହ୍ମପୁର ଆଇୟୁସିଏଡବ୍ଲ୍ୟୁକୁ, ଅନୁଗୁଳ ପିଟିସିର ଡିଏସପି ଦୁଃଖବନ୍ଧୁ ନାୟକଙ୍କୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମିକୁ, ଗୁଇନ୍ଦା ଡିଏସପି ମହେଶ୍ୱର ସେଠୀଙ୍କୁ ଭିଜିଲାନ୍ସକୁ, ରାଉରକେଲା ମୁଖ୍ୟାଳୟର ଡିଏସପି ସିରିଲ ସୋରେଙ୍ଗଙ୍କୁ ବରଗଡ଼ ଆଇୟୁସିଏଡବ୍ଲ୍ୟୁକୁ, ଭିଜିଲାନ୍ସ ଡିଏସପି ସରୋଜ କୁମାର ସାମଲଙ୍କୁ ଭିଜିଲାନ୍ସକୁ, କେନ୍ଦୁଝର ମୁଖ୍ୟାଳୟର ଡିଏସପି ଲଳିତ କୁମାର ପଟ୍ଟନାୟକଙ୍କୁ ଗୁଣୁପୁରକୁ, ପୁରୀ ମୁଖ୍ୟାଳୟ ଡିଏସପି ସୁନୀଳ କୁମାର ନନ୍ଦଙ୍କୁ ସ୍ପେଶାଲ ବ୍ରାଞ୍ଚକୁ, ସ୍ପେଶାଲ ବ୍ରାଞ୍ଚର ଡିଏସପି ଯଶୋବନ୍ତ ସାମଲଙ୍କୁ ସେହିଠାରେ ପଦୋନ୍ନତି ଦିଆଯାଇଛି । ସେହିପରି ଅନୁଗୁଳ ଆଇୟୁସିଏଡବ୍ଲ୍ୟୁର ଡିସିପି ରବୀନ୍ଦ୍ର କୁମାର ଶତପଥୀଙ୍କୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀକୁ, କମିଶନରେଟ ପୋଲିସର ଏସିପି ପ୍ରକାଶ ଚନ୍ଦ୍ର ପାଲଙ୍କୁ ଅତିରିକ୍ତ ଡିସିପି, ଏସିପି ସୁବାସ ଚନ୍ଦ୍ର ପଣ୍ଡାଙ୍କୁ ଭୁବନେଶ୍ୱର ସିଏଡବ୍ଲୁ ଆଣ୍ଡ ସିଡବ୍ଲ୍ୟୁକୁ, କଳାହାଣ୍ଡି ମୁଖ୍ୟାଳୟର ଡିଏସପି ନାରାୟଣ ନାୟକଙ୍କୁ ସମ୍ବଲପୁର ଡିଆଇଜି କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି । ବ୍ରହ୍ମପୁର ଆଇୟୁସିଏଡବ୍ଲ୍ୟୁର ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ମିଶ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚର ଅତିରିକ୍ତ ଏସପି ଓ ଗଞ୍ଜାମ ଆଇୟୁସିଏଡବ୍ଲ୍ୟୁର ଅତିରିକ୍ତ ଏସପି ରମେଶ ଚନ୍ଦ୍ର ସେଠୀଙ୍କୁ ବ୍ରହ୍ମପୁର ଅତିରିକ୍ତ ଏସପି ଭାବେ ବଦଳି କରାଯାଇଛି ।

Get real time updates directly on you device, subscribe now.