fbpx
BSKY SKY
BSKY SKY

୯ ବର୍ଷର ବାଳକ କରୁଥିଲା ଅଶ୍ଳୀଳ ଭିଡିଓ ଭାଇରାଲ୍, ଜେରାରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

BSKY

ନୂଆଦିଲ୍ଲୀ: ସମୟ ବଦଳିବା ସହିତ ଅଜବଗଜବ ଘଟଣାମାନ ସାମନାକୁ ଆସୁଛି । ଗୋଟିଏ ୯ ବର୍ଷର ବାଳକ ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରାଲ୍ କରୁଥିଲା । ପୋଲିସ୍ ଏହି ଖବର ପାଇବା ପରେ ତା ବିରୋଧରେ ମାମଲା ରୁଜୁ କରିଛି । ତେବେ ଏଭଳି ଖବର ଶୁଣିବାକୁ ମିଳିଛଇ ରାଜଧାନୀ ଦିଲ୍ଲୀରୁ । ଦିଲ୍ଲୀ ପୋଲିସ୍ ବାଳକର ଘଝରକୁ ଯାଇ ପଚରାଉଚରା କରିଛି । ଆଉ କିଛି ଆଶ୍ଚର୍ଯ୍ୟଜନକ କଥାର ଖୁଲାସା ହୋଇଛି । ହେଲେ ଏହି ମାମଲାରେ ଦକ୍ଷିଣ-ପୂର୍ବ ଜିଲ୍ଲା ଡିସିପି ଇଶା ପାଣ୍ଡେୟ କିଛି ବି କହିନାହାନ୍ତି । କିନ୍ତୁ ଏହି ୯ ର୍ବେର ବାଳକ ଠାରୁ ପୋଲିସ୍ ଏହି କଥାର ଖୁଲାସା କରିଛି । ତେବେ ଅପରେସନ୍ ନିରୀହ ଅଧୀନରେ ୯୭ ଜଣରୁ ଅଧିକ ଲୋକଙ୍କୁ ପୋଲିସ୍ ଗିରଫ କରିସାରିଲାଣି ।

ଜଣେ ପୋଲିସ୍ ଅଧିକାରୀ ଏ ବାବଦରେ ସୂଚନା ଦେଇ କହିଛନ୍ତି ଯେ, ପିଲାଟି ଦକ୍ଷିଣ ଦିଲ୍ଲୀର ଏକ ପ୍ରତିଷ୍ଠିତ ସ୍କୁଲରେ ପାଠ ପଢ଼େ ଓ ତାର ବୟସ ମାତ୍ର ୯ ବର୍ଷ । ପିଲାଟି ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା ପାଇଁ ନିଜ ବାପାଙ୍କ ଫୋନ୍ କୁ ବ୍ୟବହାର କରିଥିଲା । ସେ ଏକ ଇମେଲ୍ ଆଇଡି ତିଆରି କରି ବାପାଙ୍କ ଫୋନ୍ ରୁ ଭିଡିଓ ସବୁକୁ ପୋଷ୍ଟ କରୁଥିଲା । ପିଲାଟି ପାଖକୁ କେହି ଜଣେ ଭିଡିଓ କୁ ପଠାଯାଉଥିଲା । ତେବେ ପିଲାଟିର ବାପା ଅଳ୍ପ ଶିକ୍ଷିତ ହୋଇଥିବା ବେଳେ ପିଲାଟି ଏହାର ଫାଇଦା ଉଠାଉଥିଲା ।

ତେବେ ଆମେରିକୀ ଏନଜିଓ ଏନସିଏମଇସିର ଅଭିଯୋଗ ପରେ ନିଜାମୁଦ୍ଦିନ୍ ଥାନାରେ ମାମଲା ରୁଜୁ କରାଯାଇଥିଲା । ଆମେରିକାର ଏହି ଏକ ଘରୋଇ ସଂସ୍ଥା ନ୍ୟାସନାଲ୍ ସେଣ୍ଟର୍ ଫର୍ ମିସିଂ ଏକ୍ସପ୍ଲାଇଟ୍ ଚିଲଡ୍ରେନ୍(ଏନସିଏମଇସି) ପକ୍ଷରୁ ସୋସିଆଲ ମିଡିଆ ଉପରେ ନଜର ରଖାଯାଇଥାଏ ଓ କୌଣସି ପ୍ରକାର ସମସ୍ୟା ହେବା ଦ୍ୱାରା ଏହି ସଂସ୍ଥା ଉକ୍ତ ଦେଶକୁ ଅବଗତ କରାଇଥାଏ । ଏନସିଏମଇସି ଏହି ମାମଲା ଏନସିଆରବି କୁ ଜଣାଇଥିଲା ଓ ଏନସିଆରବି ଏହି ସୂଚନା ଦିଲ୍ଲୀ ପୋଲିସ୍ ଦେଇଥିଲା । ପୋଲିସ୍ ଏବେ ଏହି ମାମଲାର ତଦନ୍ତ କରୁଛି ।

Get real time updates directly on you device, subscribe now.