fbpx

ବଢ଼ିଲାଣି ଓମିକ୍ରନ୍ ସଙ୍କଟ! ଜୟପୁରରେ ଗୋଟିଏ ପରିବାରର ୯ଜଣ ପଜିଟିଭ୍, ଦକ୍ଷିଣ ଆଫ୍ରିକା ଫେରନ୍ତା ସାମିଲ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ମିଳିଥିବା କୋଭିଡ୍ ର ନୂନତ ପ୍ରଜାତି ଓମିକ୍ରନ୍ ବିପଦ ଭାରତରେ ବଢ଼ିବାକୁ ଲାଗିଛି । କର୍ଣ୍ଣାଟକରେ ଦୁଇ ଜଣ ଠାରେ ଓମିକ୍ରନ୍ ଚିହ୍ନଟ ଦେଖିବାକୁ ମିଳିସାରିଲାଣି । ଏବେ ଏମାନଭ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର ଟେଷ୍ଟିଂ କରାଯାଉଛି । ଅନ୍ୟପଟେ ବେଙ୍ଗାଲୁରୁରେ ୧୦ ଜଣ ବିଦେଶୀ କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କ ସହିତ ଯୋଗାଯୋଗ ହୋଇପାରୁନି । ଏହି ୧୦ଜଣ ଦକ୍ଷିଣ ଆଫ୍ରିକା ଫେରନ୍ତା ହୋଇଥିବାରୁ ସଂକ୍ରମଣ ଆଶଙ୍କା କରାଯାଉଛି । ପ୍ରଶାସନ ଏବେ ସେମାନଙ୍କ ସନ୍ଧାନ ଜାରି ରଖିଛି ।

କର୍ଣ୍ଣାଟକରେ ଦୁଇଜଣ ଓମିକ୍ରନ୍ ର ଶିକାର ହୋଇଥିବା ଜଣାପଡ଼ିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ କୋଭିଡ୍ ଗାଇଡଲାଇନ୍ ଜାରି କରାଯାଇଛି । ମହାରାଷ୍ଟରେ ମଧ୍ୟ ୩୦ ଜଣଙ୍କ ସାମ୍ପଲ୍ ଜିନୋମ୍ ସିକ୍ୱେନ୍ସିଂକୁ ପଠାଯାଇଛି । ଅନ୍ୟପଟେ ରାଜସ୍ଥାନର ଜୟପୁରରେ ଗୋଟିଏ ପରିବାରର ୯ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ଏହି ୯ଜଣଙ୍କୁ ରାଜସ୍ଥାନ ୟୁନିଭର୍ସିଟି ଅଫ୍ ହେଲଥ୍ ସାଇନ୍ସରେ ଆଇସୋଲେସନ୍ ରେ ରଖାଯାଇଛି ।

ଚିଫ୍ ମେଡିକାଲ ଓ ହେଲଥ୍ ଅଫିସର୍ ଡା. ନରୋତ୍ତମ ଶର୍ମା କହିଛନ୍ତି ଯେ, ୧୪ ଜଣଙ୍କ ସାମ୍ପଲ୍ ନିଆଯାଇଥିଲା । ସେଥିମଧ୍ୟରୁ ୯ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । କଣ୍ଟାକ୍ଟ ଟ୍ରେସିଂ ଜଣାପଡ଼ିଥିଲା ଯେ, ୪ ଜଣ ଦକ୍ଷିଣ ଆଫ୍ରିକା ଫେରନ୍ତା । ତେବେ ଗାଇଡଲାଇନ୍ ଯେଉଁ ମାନେ ଦକ୍ଷିଣ ଆଫ୍ରିକାରୁ ଫେରିବେ ସେମାନଙ୍କୁ ରାଜସ୍ଥାନ ୟୁନିଭର୍ସିଟି ଅଫ୍ ହେଲଥ୍ ସାଇନ୍ସରେ ଆଇସୋଲେସନ୍ ରେ ରହିବାକୁ ହେବ ।

Get real time updates directly on you device, subscribe now.