fbpx
BSKY SKY
BSKY SKY

ମାଫିଆଙ୍କ ଦୁଃସାହାସ, ବେଆଇନ ଖନନ ଅଟକାଇବାରୁ ଡିଏସପିଙ୍କ ଉପରେ ଚଢାଇ ଦେଲେ ଡମ୍ପର, ଘଟଣାସ୍ଥଳରେ ମୃତ୍ୟୁ

BSKY

ମେଓ୍ଵାତ: ପୁଣି ଥରେ ସାମ୍ନାକୁ ଆସିଲା ଖଣି ମାଫିଆଙ୍କ ଦୁଃସାହାସ। ସେମାନଙ୍କ ସାହାସ ଏତେ ବଢି ଯାଇଛି ଯେ, ଡିଏସପିଙ୍କ ଉପରେ ଗାଡି ଚଢାଇ ହତ୍ୟା କରିବାକୁ କୁଣ୍ଠାବୋଧ କରି ନାହାନ୍ତି। ଏମିତି ଚାଞ୍ଚଲ୍ୟକର ଘଟଣା ଘଟିଛି ହରିୟାଣାର ମେଓ୍ଵାତ। ଡମ୍ପର ଚଢାଇ ଦେବାରୁ ଘଟଣାସ୍ଥଳରେ ହିଁ ଡିଏସପି ସୁରେନ୍ଦ୍ର ସିଂହଙ୍କ ମୃତ୍ୟୁ ଘଟିଛି। ବେଆଇନ ଖନନ ରୋକିବା ପାଇଁ ଡିଏସପି ପହଞ୍ଚିଥିଲେ, ଯେଉଁଠି ମାଫିଆ ତାଙ୍କୁ ଏମିତି ଢଙ୍ଗରେ ହତ୍ୟା କରିଛନ୍ତି।

ନୁହ ପୋଲିସ ଅନୁଯାୟୀ, ଡିଏସପି ସୁରେନ୍ଦ୍ର ସିଂହ ବିଷ୍ଣୋଇ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ବେଆଇନ ଖନନ ବିଷୟରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ମାଫିଆ ମାନେ ଫେରାର ମାରିବାକୁ ଉଦ୍ୟମ କରିଥିଲେ। ତେବେ ଖନନ କାର‌୍ୟ୍ୟରେ ନିୟୋଜିତ ଏକ ଡମ୍ପର ଟ୍ରକ ତାଙ୍କ ଉପରେ ଚଢି ଯାଇଥିଲା। ହତ୍ୟାକାରୀଙ୍କ ସନ୍ଧାନରେ ପୋଲିସ ଛାନଭିନ ଆରମ୍ଭ କରି ଦେଇଛି। ଘଟଣାସ୍ଥଳରେ ବଡ ସଂଖ୍ୟାରେ ପୋଲିସ ବଳ ମୃତୟନ କରାଯାଇଛି। ଆଖପାଖ ଅଞ୍ଚଳରେ ଟ୍ରକ ଡ୍ରାଇଭରର ସନ୍ଧାନ ଜାରି ରହିଛି।

 

ସୂଚନା ଅନୁଯାୟୀ, ଡମ୍ପର ପାଖରେ ଖନନର ପରିବହନ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପତ୍ର ମିଳିନଥିଲା। କୁହାଯାଉଛି ଡିଏସପି ଯେତେବେଳେ ଡମ୍ପରକୁ ରୋକିବା ପାଇଁ ଉଦ୍ୟମ କଲେ ଡ୍ରାଇଭର ତାଙ୍କ ଉପରେ ଗାଡି ଚଢାଇ ଦେଇଥିଲା। ଆଉ ଘଟଣାସ୍ଥଳରେ ଡିଏସପିଙ୍କ ମୃତ୍ୟୁ ଘଟିଥିଲା। ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ହରିୟାଣା ପୋଲିସ ଆଶ୍ଵାସନା ଦେଇଛି।

 

Get real time updates directly on you device, subscribe now.