fbpx

ଯଦି ବିରାଟ କୋହଲିଙ୍କ ନେତୃତ୍ଵରେ ଖେଳିଥାନ୍ତି ଭାରତ ବିଶ୍ଵ କପ୍ ଜିତିଥାନ୍ତା, ଦାବି କଲେ ଏହି ଖେଳାଳି

ନୂଆଦିଲ୍ଲୀ: ଯଦି ମୁଁ ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ କ୍ରିକେଟ୍ ଦଳରେ ଖେଳିଥାନ୍ତି ତେବେ ଭାରତ ବିଶ୍ଵ କପ୍ ଜିତି ପାରିଥାନ୍ତା। ଏମିତି ଦାବି କରିଛନ୍ତି ପୂର୍ବତନ କ୍ରିକେଟର ଏସ ଶ୍ରୀସନ୍ଥ। କୋହଲି ମୋଟ୍ ଚାରୋଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ନେତୃତ୍ଵ ନେଇଛନ୍ତି। ତାଙ୍କ ଅଧିନାୟକତ୍ଵରେ ଭାରତ ୨୦୧୭ ଚାମ୍ପିଅନ୍ସ ଟ୍ରଫି, ୨୦୧୯ ଦିନିକିଆ ବିଶ୍ଵ କପ୍, ୨୦୨୧ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଏବଂ ୨୦୨୧ ଟି-୨୦ ବିଶ୍ଵ କପ୍। ଏହି ସମୟରେ ଭାରତ ଦୁଇ ଥର ଫାଇନାଲ୍ ଖେଳିଥିବା ବେଳେ ଗୋଟିଏ ସେମି ଫାଇନାଲ୍ ଏବଂ ଗୋଟିଏରେ ଲିଗ୍ ପର‌୍ୟ୍ୟାୟରୁ ବାହାର ହୋଇଛି.

ଏସ ଶ୍ରୀସନ୍ଥ କହିଛନ୍ତି, ଯଦି ମୁଁ ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳରେ ଖେଳିଥାନ୍ତି, ତେବେ ଭାରତ ବିଶ୍ଵ କପ୍ ଜିତି ଯାଇଥାନ୍ତା। ଶ୍ରୀସନ୍ଥ ୨୦୦୭ ଟି-୨୦ ବିଶ୍ଵ କପ୍ ଏବଂ ୨୦୧୧ ଦିନିକିଆ ବିଶ୍ଵ କପ୍ ବିଜୟୀ ଦଳର ସଦସ୍ୟ ଥିଲେ। ୨୦୧୧ ବିଶ୍ଵ କପକୁ ନେଇ ସେ କହିଛନ୍ତି, ଆମେ ବିଶ୍ଵ କପ୍ ସଚିନ ତେନ୍ଦୁଲକରଙ୍କ ପାଇଁ ଜିତିଥିଲୁ। ଦୀର୍ଘ ସମୟ ଧରି କ୍ରିକେଟ୍ ସହ ଜଡିତ ଥିବା ଶ୍ରୀସନ୍ଥ ଚଳିତ ବର୍ଷ ମାର୍ଚ୍ଚରେ ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଥିଲେ।

ଉଲ୍ଲେଖନୀୟ, ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ପାକିସ୍ତାନ ହାତରୁ ପରାଜିତ ହୋଇଥିଲା। ପୁଣି ୨୦୧୯ ବିଶ୍ଵ କପ୍ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ୧୮ ରନରେ ହରାଇ ଟୁର୍ଣ୍ଣାମେଣ୍ଟରୁ ବିଦା କରିଥିଲା। ୨୦୨୧ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ପୁଣି ଥରେ ହ ହରାଇଥିଲା। ଏହା ପରେ ୨୦୨୧ ଟି-୨୦ ବିଶ୍ଵ କପରେ ଭାରତ ଲିଗ୍ ଚରଣରୁ ବାହାରି ଯାଇଥିଲା। ବିରାଟ କୋହଲିଙ୍କ ପାଇଁ ସବୁଠୁ ବଡ ବିଡମ୍ବନା ଯେ, ଭାରତ ତାଙ୍କ ନେତୃତ୍ଵରେ ଗୋଟିଏ ହେଲେ ଆଇସିସ ଇଭେଣ୍ଟ ଜିତି ପାରିଲା ନାହିଁ।

 

Get real time updates directly on you device, subscribe now.