fbpx
BJD
BJD SKY
BJD SKY

ଭୂତ କୋଠି ପାଲଟିଛି ଡୁଆଝର ଛାତ୍ରୀ ନିବାସ, ୧୧ ବର୍ଷ ହେଲାଣି ୧୦୦ ଶଯ୍ୟା ପଡିଛି ଖାଲି…..

ଖଡ଼ିଆଳ, (ଭାସ୍କର ନ୍ୟୁଜ୍‌): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ଅନ୍ତର୍ଗତ ଡୁଆଝର ଠାରେ ଏକ ଆଦିବାସୀ ଛାତ୍ରୀ ନିବାସ ନିର୍ମାଣ ହୋଇ ଆଜି ପର୍ଯ୍ୟନ୍ତ ଭୂତକୋଠି ପାଲଟିଥିବା ଦେଖିବାକୁ ମିଳିଛି  । ଖବର ଅନୁସାରେ, ଗତ ୨୦୧୧ ମସିହାରେ ଏହି ଛାତ୍ରୀ ନିବାସ ନିର୍ମାଣ ହୋଇ ତତ୍କାଳୀନ ଓଡିଶା ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତଙ୍କ ଦ୍ୱାରା ଉଦ୍‌ଘାଟନ ହୋଇଥିଲା  । କିନ୍ତୁ ଆଜକୁ ପ୍ରାୟ ୧୧ବର୍ଷ ବିତିଗଲେ ମଧ୍ୟ ଏଠାରେ କୌଣସି ଛାତ୍ରୀ ରହୁନାହାନ୍ତି ବରଂ ଓଲଟା ୧୧ବର୍ଷ ମଧ୍ୟରେ ଅନେକଥର ଛାତ୍ରୀ ନିବାସ ମରାମତି ନେଇ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି  । ଏହା ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ  । ସେଥିରେ ୧୦ ଜଣ ଅନୁସୂଚିତ ଜାତି ଏବଂ ୯୦ ଜଣ ଅନୁସୂଚିତ ଜନଜାତିର ବାଳିକା ରହିବା ବ୍ୟବସ୍ଥା ରହିଛି  । ପରବର୍ତ୍ତୀ ପର୍ଯ୍ୟାୟରେ ପାଚେରୀ ନିର୍ମାଣ, ବିଦ୍ୟୁତ ସଂଯୋଗ ହୋଇଛି, ମେଟ୍ରାନ, ସିସିଏ ରୋଷେୟା ଏବଂ ମହିଳା କର୍ମଚାରୀ ମଧ୍ୟ ନିଯୁକ୍ତି କରାଯାଇଛି  । ହେଲେ ଛାତ୍ରୀମାନଙ୍କୁ ରଖାଯାଇ ନାହିଁ  । ଏହି ଛାତ୍ରୀ ନିବାସରେ କିରି ଛାତ୍ରୀ ରଖାଯାଇ ଆଦିବାସୀ ହଷ୍ଟେଲ ଟି କାର୍ଯ୍ୟରତ ହେବ ସେ ବିଷୟରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି  ।

Get real time updates directly on you device, subscribe now.