fbpx

ବୁର୍ଖା ଭିତରେ ଲୁଚେଇ ନେଉଥିଲେ ୧୮ ଲକ୍ଷର ସୁନା: ବିମାନବନ୍ଦରରେ ମାଡି ବସିଲା ପୋଲିସ

ନୂଆଦିଲ୍ଳୀ: ଏମିତି ତରିକାରେ ସୁନା ଚୋରି କରିବାର ପ୍ରୟାସ କରାଯାଇଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବୁର୍ଖା ଭିତରେ ଲୁଚେଇ ନେଉଥିଲେ ୧୮ ଲକ୍ଷର ସୁନା । ଶେଷରେ ବିମାନ ବନ୍ଦରରେ ମାଡି ବସିଥିଲା ପୋଲିସ । ମହିଳା ଜଣଙ୍କ ଅତ୍ୟନ୍ତ ଚାଲାକିର ସହିତ ବୁର୍ଖା ମଧ୍ୟରେ ୩୫୦ ଗ୍ରାମର ସୁନା ଲୁଚାଇ ନେବାକୁ ଚେଷ୍ଟା କରିଥିଲେ । ଏହି ସୁନାର ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ହାଇଦ୍ରାବାଦ ସମସାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏହି ମହିଳାଙ୍କୁ ଗିରଫ କରାଯାଇଛି ।

ମହିଳା ଜଣଙ୍କ ସୁନା ଗୁଡିକ ଛୋଟ ଛୋଟ ଖଣ୍ଡରେ କାଟିଥିଲେ । ଏହା ପରେ ଏହି ସୁନାକୁ ଏମ୍ବ୍ରୋଡରୀ ଜରିଆରେ ବୁର୍ଖାରେ ବୁଣିଥିଲେ । ରୋଡିୟମ ସାହାଯ୍ୟରେ ଏହି ସୁନା ଗୁଡିକ ବୁଣା ଯାଇଥିଲା । ସମସାବାଦ ବିମାନ ବନ୍ଦରରେ ପୋଲିସ ଦ୍ୱାରା ଗିରଫ ହେବା ପରେ ସୁନା ଗୁଡିକ ଧରା ପଡିଥିଲା । ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଜଣେ ବ୍ୟକ୍ତି ମଳଦ୍ୱାରରେ ୫୦ ଲକ୍ଷ ଟଙ୍କାର ସୁନା ଲୁଚେଇ ନେଇ ଯାଉଥିବା ବେଳେ ଧରା ପଡିଥିଲା ।

Get real time updates directly on you device, subscribe now.