fbpx
BSKY SKY
BSKY SKY

‘କଚ୍ଚା ବାଦାମ୍’, ‘ବଚପନ୍ କା ପ୍ୟାର’ ଠାରୁ ଆରମ୍ଭ କରି ‘ପାୱରୀ ଗର୍ଲ’ ପର୍ଯ୍ୟନ୍ତ, ଗୋଟିଏ ଝଟକାରେ ଏମାନେ ହୋଇଗଲେ ଭାଇରାଲ୍

BSKY

ନୂଆଦିଲ୍ଲୀ: କେତେ ବେଳେ କାହାର ଭାଗ୍ୟ ବଦଳିଯିବ ତାହା କେହି କହିପାରିବେ ନାହିଁ । ଯେମିତିକି ସୋସିଆଲ୍ ମିଡିଆରେ ସମୟ ସମୟରେ ଭାଇରାଲ୍ ହେଉଥିବା ବ୍ୟକ୍ତି ମାନେ । କେହି ଗୀତ ଗାଇ ଫେମସ୍ ହୋଇଯାଉଛି ତ କେହି ଡାଏଲଗ୍ କହି ମାତ୍ର କିଛି ଦିନରେ ୟୁଜର୍ସଙ୍କ ଲୋକପ୍ରିୟ ହୋଇଯାଉଛି । ଯେପରିକି ଏବେକାର କାଚ୍ଚା ବାଦାମ୍ ସିଙ୍ଗର୍ ଭୁବନ୍ ବାଡ୍ୟାକର୍, ବଚପନ୍ କା ପ୍ୟାର୍ ଗୀତ ଗାଇଥିବା ସ୍କୁଲ ଛାତ୍ର ସହଦେବ ଦିର୍ଦୋ, ପାକିସ୍ତାନର ପାୱରୀ ଗର୍ଲ ଇଦ୍ୟାଦି । ଏମାନେ ଖୁବ୍ ଅଳ୍ପ ଦିନରେ ଇଣ୍ଟରନେଟ୍ ରେ ଛାଇ ଯାଇଥିଲେ । ।

୧. ଭୁବନ୍ ବାଡ୍ୟାକର୍

ଭାଇରାଲ୍ ବ୍ୟକ୍ତିଙ୍କ ତାଲିକାରେ ଏବେ ପ୍ରଥମ ନମ୍ବରରେ ରହିଛନ୍ତି ଭୁବନ୍ ବାଡ୍ୟାକର୍ । ସୋସିଆଲ୍ ମିଡିଆରେ ଭୁବନ ଏବେ ପୂରା ଛାଇ ଯାଇଛନ୍ତି । ତାଙ୍କ କାଚ୍ଚା ବାଦାମ୍ ଗୀତ ଏବେ ଦେଶରୁ ବିଦେଶ ଯାଏଁ ପହଞ୍ଚିଛି । ଅଭିନେତା ଠାରୁ ଆରମ୍ଭ କରି କ୍ରିକେଟର୍ ପର୍ଯ୍ୟନ୍ତ ସମସ୍ତଙ୍କ ପସନ୍ଦ ପାଲଟିଛି ସେ ଗାଇଥିବା ଗୀତ କାଚ୍ଚା ବାଦାମ୍ । ଖାଲି ସେତିକି ନୁହେଁ ଏବେ ତାଙ୍କୁ ପଶ୍ଚିମବଙ୍ଗର ଏକ କ୍ଲବ୍ ରେ ଗୀତ ଗାଇବାର ଅଫର୍ ବି ମିଳିଛି । ବେଙ୍ଗଲରେ ବାଦାମ୍ ବିକ୍ରି କରୁଥିବା ଭୁବନ ରାତାରାତି ଷ୍ଟାର୍ ପାଲଟିଯାଇଛନ୍ତି । ପରିବାରର ପେଟ ପୋଷିବାକୁ ସେ ଘରକୁ ଘର ବୁଲି ଗୀତ ଗାଇ ଗାଇ ବାଦାମ୍ ବିକ୍ରି କରନ୍ତି । ଆଉ ଆତି ତାଙ୍କ ସେହି ଗୀତ ସାରା ବିଶ୍ୱର ଲୋକଙ୍କ ପାଖରେ ପହଞ୍ଚିସାରିଛିା

୨. ସହଦେବ ଦିରଦୋ

୨୦୨୧ରେ ସୋସିଆଲ୍ ମିଡିଆରେ ହଠାତ୍ ଭାଇରାଲ୍ ହେବାକୁ ଲାଗିଥିଲେ ସହଦେବ ଦିରଦୋ । ଛତିଶଗଡ଼ର ଏହି ୧୨ ବର୍ଷର ବାଳକ ସହଦେବଙ୍କ ଭାଗ୍ୟ ବଦଳିଯାଇଥିଲା । ସେ ନିଜ ସ୍କୁଲରେ ଗାଇଥିବା ଏକ ଗୀତ “ବଚପନ୍ କା ପ୍ୟାର୍” ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଥିଲା । ଏହି ଭିଡିଓକୁ ଦେଖି ବଲିଉଡ୍ ରାପର୍ ବାଦଶାହ, ସହଦେବଙ୍କୁ ନେଇ ଏକ ମ୍ୟୁଜିକ୍ ଆଲବମ୍ ବି ଶୁଟ୍ କରିଥିଲେ । ଯାହା ଖୁବ୍ ହିଟ୍ ହୋଇଥିଲା ।

୩. ଦନାନୀର ମୁବୀନ୍:

ପାକିସ୍ତାନର ଦନାନୀର ମୁବିନ୍ ଙ୍କ ଭିଡିଓ ଇଣ୍ଟରନେଟ୍ ରେ ଧମାଲ କରିଥିଲା । ସେ ଏକ ଟ୍ରିପ୍ ରେ ଯାଇଥିବା ବେଳେ ସେଠାରେ ଶୁଟ୍ କରିଥିବା ଏକ ଭିଡିଓ ତାଙ୍କୁ ରାତାରାତି ଇଣ୍ଟରନେଟ୍ ସେନ୍ସସେନ୍ ବନେଇ ଦେଇଥିଲା । ତାଙ୍କ ଭିଡିଓ “ପାୱରୀ ହୋ ରହି ହେ ” ଜବରଦସ୍ତ ଭାଇରାଲ୍ ହୋଇଥିଲା । ଏହି କ୍ରମରେ ତାଙ୍କୁ ୟୁଜର୍ସ ମାନେ ଗୁଗୁଲରେ ସର୍ଚ୍ଚ କରିବାକୁ ଲାଗିଥିଲେ ଓ ଇନଷ୍ଟାଗ୍ରାମରେ ତାଙ୍କ ଫଲୋୟର୍ସ ବି ହୁ ହୁ ହୋଇ ବଢ଼ିଯାଇଥିଲା ।

୪. ପ୍ରିୟା ପ୍ରକାଶ ୱରିୟର୍ :

୨୦୧୮ରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ନିଆଁ ଭଳି ବ୍ୟାପିଯାଇଥିଲା । ଯେଉଁଥିରେ ଗୋଟିଏ ଝିଅର ଆଖିର ଠାଣି ଓ ଅନ୍ଦାଜ ସୋସିଆଲ୍ ମିଡିଆରେ ଲୋକଙ୍କଚ ପାଗଳ କରିଦେଇଥିଲା । ସେହି ଝିଅ ଆଉ କେହି ନୁହେଁ ବରଂ ସେ ହେଉଛନ୍ତି ମାଲାୟାଲମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱରିୟର୍ । ଭିଡିଓ ଭାଇରାଲ୍ ପରେ ଲୋକେ ତାଙ୍କୁ ବେଶି ଜାଣିବାକୁ ପାଇଥିଲେ । ୨୬ ସେକେଣ୍ଡ୍ ର ଆଖି ମାରିବା ଭିଡିଓ ତାଙ୍କୁ ରାତାରାତି ଇଣ୍ଟରନଟେ୍ ସେନ୍ସସେସନ୍ ବନେଇ ଦେଇଥିଲା । ଉକ୍ତ ଭିଡିଓରେ ଗୋଟିଏ ଦିନରେ ପ୍ରିୟାଙ୍କର ୧ ଲକ୍ଷରୁ ଅଧିକ ଫଲୋୟର୍ସ ହୋଇଯାଇଥିଲେ ।

୫. ଢ଼ିଞ୍ଚକ୍ ପୁଜା:

ଢ଼ିଞ୍ଚକ୍ ପୂଜାଙ୍କୁ ତ ଆପଣ ମାନେ ଜାଣିଥିବେ । ଯିଏକି ୟୁଟ୍ୟୁବ୍ ରେ ଅତରଙ୍ଗୀ ଗୀତ ଗାଇ ଭିଡିଓ ଅପଲୋଡ୍ କରିଥାନ୍ତି । ୟୁଟ୍ୟୁବ୍ ରେ ଲୋକପ୍ରିୟତା ପାଇବା ପରେ ତାଙ୍କୁ ବିଗ୍ ବସ୍ ୧୧ ବି ଆସିବାର ସୁଯୋଗ ମିଳିଥିଲା । ଦିଲ୍ଲୀରେ ରହୁଥିବା ଢ଼ିଞ୍ଚ୍କ ପୁଜାଙ୍କ ଭିଡିଓ “ସେଲଫି ମେନେ ଲେ ଲିୟା” ଗୀତ ଖୁବ୍ ଭାଇରାଲ୍ ହୋଇଥିଲା । ୨୦୧୭ରେ ତାଙ୍କର ଏହି ଭିଡିଓ ସର୍ବତ୍ର ଭାଇରାଲ୍ ହୋଇଥିଲା ।

୬. ରାନୁ ମଣ୍ଡଳ

୨୦୧୯ରେ ଲତା ମଙ୍ଗେସକର୍ ଙ୍କ ଗୀତ ପ୍ୟାର୍ କା ନଗମା ଗୀତ ଗାଇ ରାତାରାତି ଫେମସ୍ ହୋଇଯାଇଥିଲେ ରାନୁ ମଣ୍ଡଳ । ଭିଡିଓ ଭାଇରାଲ୍ ପରେ ହିମେଶ ଶେମିୟା ତାଙ୍କ କାମ କରିବାର ସୁଯୋଗ ବି ଦେଇଥିଲେ । ହିମେଶଙ୍କ ସହିତ ରାନୁ ତେରୀ-ମେରୀ କାହାନୀ ଗୀତ ଗାଇଥିଲେ । ଏହାପରେ ରାନୁ ଟିଭି ଶୋ’ ଏବଂ ଇଭେଣ୍ଟରେ ନଜର ଆସିଥିଲେ । ପଶ୍ଚିମବଙ୍ଗର ରାନାଘାଟ ଷ୍ଟେସନ୍ ରେ ଗୀତ ଗାଇ ପେଟ ପୋଷଣ କରୁଥିଲେ ରାନୁ ।

Get real time updates directly on you device, subscribe now.