fbpx
BSKY
BJD SHG SKY
BJD YOUTH SKY

ଦିଲ୍ଲୀରେ ପ୍ରବଳ କୁହୁଡ଼ି ଯୋଗୁଁ ବିମାନ ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ, IMD ପକ୍ଷରୁ ରେଡ଼ ଆଲର୍ଟ ଜାରି

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ଶୀତ ଓ କୁହୁଡ଼ି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଅନେକ ସ୍ଥାନରେ ସ୍କୁଲ ବନ୍ଦ ରହିଥିବା ବେଳେ ଲୋକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଦିଲ୍ଲୀ- ଏନସିଆରରେ ପ୍ରବଳ କୁହୁଡ଼ି କାରଣରୁ ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂରେଇବା ପାଇଁ IMD ପକ୍ଷରୁ ରେଡ଼ ଆଲର୍ଟ ଜାରି କରାଯାଇଛି । ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ଉତ୍ତର ଭାରତରେ ଏପରି ଶୀତ ଲହର ଜାରି ରହିବା ସମ୍ଭାବନା ରହିଥିବା ନେଇ IMD ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ତଳକୁ ଖସିଯାଇଛି ।

ଉତ୍ତର ଭାରତରେ ଜାରି ରହିଥିବା ଶୀତ ଲହର ଏବଂ କୁହୁଡ଼ି ଯୋଗୁଁ ଅନେକ ଟ୍ରେନ୍ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସୋମବାର ଲକ୍ଷ୍ନୌ ଏୟାରପୋର୍ଟର AI 411 ଦିଲ୍ଲୀରୁ ଲକ୍ଷ୍ନୌ, 6E 6282 ଦିଲ୍ଲୀରୁ ଲକ୍ଷ୍ନୌ, 6E 453 ହାଇଦ୍ରାବାଦରୁ ଲକ୍ଷ୍ନୌ, 6E 7928 ଲକ୍ଷ୍ନୌରୁ ଆଗ୍ରା, 6E 279 ଲକ୍ଷ୍ନୌରୁ ଅହମଦାବାଦ, 6E 5222 ଲକ୍ଷ୍ନୌରୁ ମୁମ୍ବାଇ, 6E 2243 ଲକ୍ଷ୍ନୌରୁ ଦିଲ୍ଲୀ, 6E 7741 ଲକ୍ଷ୍ନୌରୁ ବାରାଣାସୀ, 6E 7932 ଆଗ୍ରାରୁ ଲକ୍ଷ୍ନୌ, 6E 7739 ବାରାଣାସୀରୁ ଲକ୍ଷ୍ନୌ, AI 412 ଲକ୍ଷ୍ନୌରୁ ଦିଲ୍ଲୀ, 6E 7935 ଲକ୍ଷ୍ନୌରୁ ପ୍ରୟାଗରାଜ, IX 1785  ଲକ୍ଷ୍ନୌରୁ ମୁମ୍ବାଇ, AI  414 ଲକ୍ଷ୍ନୌରୁ ଦିଲ୍ଲୀ, 6E 7936 ପ୍ରୟାଗରାଜରୁ ଲକ୍ଷ୍ନୌ, IX 784 ଦିଲ୍ଲୀରୁ ଲକ୍ଷ୍ନୌ, 6E 935 ଅହମଦାବାଦରୁ ଲକ୍ଷ୍ନୌ, AI 413 ଦିଲ୍ଲୀରୁ ଲକ୍ଷ୍ନୌ ବିମାନ ଚଳାଚଳ ବାତିଲ କରାଯାଇଥିଲା ।

ସେହିପରି ଶତାବ୍ଦୀ ଏକ୍ସପ୍ରେସ୍‌, ଗୋରଖପୁର ହମସଫର ଏକ୍ସପ୍ରେସ୍‌, ଗୋରଖଧାମ ଏକ୍ସପ୍ରେସ, ଦିଲ୍ଲୀ ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍‌, ସାବରମତି ଏକ୍ସପ୍ରେସ୍‌, ରାଜଧାନୀ ଏକ୍ସପ୍ରେସ୍‌, ଅରୁଣାଚଳ ଏକ୍ସପ୍ରେସ୍ ଭଳି ଅନ୍ୟାନ୍ୟ ଟେନ୍ ଚଳାଚଳ ୪ରୁ ୧୩ ଘଣ୍ଟା ବିଳମ୍ବରେ ଚଳାଚଳ କରିଥିଲା । ଏଥିପାଇଁ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଆପଣମାନେ ଟ୍ରେନ୍ କିମ୍ବା ବିମାନରେ ଯାତ୍ରା କରିବା ପୂର୍ବରୁ ସମୟ ସାରିଣୀ ଭଲ ଭାବେ ଯାଞ୍ଚ କରିନିଅନ୍ତୁ ।

Get real time updates directly on you device, subscribe now.