fbpx
BSKY
BJD MC SKY
BJD YOUTH SKY

କୋଭିଡ୍-୧୯ର ନୂତନ ଭାରିଏଣ୍ଟର ପ୍ରକୋପ, ICC ମହିଳା ବିଶ୍ଵ କପ୍ କ୍ଵାଲିଫାୟର ରଦ୍ଦ

ନୂଆଦିଲ୍ଲୀ: କୋଭିଡ୍-୧୯ର ନୂତନ ଭାରିଏଣ୍ଟର ପ୍ରକୋପକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ମହିଳା କ୍ରିକେଟ୍ ବିଶ୍ଵ କପ୍ ପାଇଁ ଜିମ୍ବାଓ୍ଵେରେ ଚାଲିଥିବା କ୍ଵାଲିଫାୟର ରଦ୍ଦ କରିଛି। ତେବେ ରାଙ୍କିଙ୍ଗ୍ ଆଧାରରେ ପାକିସ୍ତାନ, ଓ୍ଵେଷ୍ଟଇଣ୍ଡିଜ ଓ ବାଂଲାଦେଶ ଦଳକୁ କ୍ଵାଲିଫାଏ ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଏଣ୍ଟ ଚିହ୍ନଟ ହେବା ପରେ ସାରା ଦୁନିଆରେ ଭୟର ମାହୋଲ ଖେଳି ଯାଇଛି। ଅନେକ ଦେଶ ଦକ୍ଷିଣ ଆଫ୍ରିକା ସହ ଯାତ୍ରା ଉପରେ କଟକଣା ଲଗାଇଛନ୍ତି।
ଆଇସିସି ଏହି ନିଷ୍ପତ୍ତି ଲିଗ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ନେଇଛି। ୨୦୨୨ରେ ନ୍ୟୁଜିଲାଣ୍ଡରେ ଦିନିକିଆ ବିଶ୍ଵ କପ୍ ଖେଳାଯିବ। ଆଇସିସି ପ୍ରେସ୍ ବିବୃତିରେ କହିଛି ଯେ, କ୍ଵାଲିଫାୟର ନିଷ୍ପତ୍ତି ଏବେ ଦଳର ରାଙ୍କିଙ୍ଗ ଆଧାରରେ ନିଆଯିବ। ଏଥିପାଇଁ ବାଂଲାଦେଶ, ପାକିସ୍ତାନ ଓ ଓ୍ଵେଷ୍ଟଇଣ୍ଡିଜ ମାନ୍ୟତା ଆଧାରରେ କ୍ଵାଲିଫାଏ କରିଛନ୍ତି।
ଶନିବାର ତିନିରୁ ଦୁଇଟି ମ୍ୟାଚ୍ ଖେଳାଯିବାର ଥିଲା। ଜିମ୍ଵାଓ୍ଵେ ବନାମ ପାକିସ୍ତାନ ଏବଂ ଆମେରିକା ବନାମ ଥାଇଲାଣ୍ଡ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇ ଯାଇଥିଲା। ମାତ୍ର ଦିନର ତୃତୀୟ ମ୍ୟାଚ୍ ଓ୍ଵେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇ ପାରିନଥିଲା। କାରଣ ଶ୍ରୀଲଙ୍କା ଦଳର ଜଣେ ସହଯୋଗୀ କର୍ମଚାରୀ କୋଭିଡ୍-୧୯ ଚିହ୍ନଟ ହେବା ପରେ ଆଇସିସି କ୍ଵାଲିଫାଏ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି।
ନୂତନ ଭାରିଏଣ୍ଟ ଓମିକ୍ରନ ବ୍ୟାପିବା ପୂର୍ବରୁ ଅନେକ ଦେଶ ସତର୍କତାମୂଳକ ପଦକ୍ଷେପ ନେବା ଆରମ୍ଭ କରି ଦେଲେଣି। ଦକ୍ଷିଣ ଆଫ୍ରିକା ସହ ବିମାନ ଉଡାଣ ମଧ୍ୟ ରଦ୍ଦ କଲେଣି। ଏମିତି ସ୍ଥିତିରେ ଏହାର ପ୍ରଭାବ କ୍ରୀଡା ଉପରେ ପଡିଛି।

Get real time updates directly on you device, subscribe now.