fbpx

ଋଣ ଟଙ୍କା ଦେଇ ନପାରିବାରୁ ୧୬ ଦିନ ମଜୁରିଆଙ୍କ ଉପରେ ମାଲିକ କରୁଥିଲେ ଏମିତି ଅତ୍ୟାଚାର: ଚାଲିଗଲା ଗର୍ଭସ୍ତ ଶିଶୁର ଜୀବନ….

କର୍ଣ୍ଣାଟକ: କରଜ ସୁଝି ନପାରିବାରୁ ଜୁଲମ୍ କରୁଛି ସାହୁକାର । ୧୫ ଦିନ ଧରି ଦିନ ମଜୁରୀଆଙ୍କୁ ଗୃହବନ୍ଦି କରି ରଖିବା ସହ ଦେଉଛି ଅକଥନିୟ ଅତ୍ୟାଚାର । ଯାହାଫଳରେ ଜଣେ ଗର୍ଭବତୀ ମହିଳା ତାର ଶିଶୁକୁ ହରାଇଛନ୍ତି । ତେବେ ଏଭଳି ଏକ ଅଭାବନିୟ ଘଟଣା କର୍ଣ୍ଣାଟକର ଚିକ୍କାମଗାଲୁରୁ ଅଞ୍ଚଳରେ ଦେଖିବାକୁ ମିଳିଛି । ସେହି ଅଞ୍ଚଳର ଏକ କଫି ପ୍ଲାଣ୍ଟେସନରେ କାମ କରୁଥିବା କିଛି ଦିନ ମଜୁରିଆଙ୍କୁ ଦୀର୍ଘ ଦିନ ମାଲିକ ବନ୍ଦି ରଖିଛନ୍ତି । ଯେଉଁଥିରେ ୪ ଟି ପରିବାରର ୧୬ ଜଣ ସଦସ୍ୟ ଥିବା ଜଣାପଡିଛି । । ଯେଉଁଥିରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଅଛନ୍ତି ।

ତେବେ ମାଲିକ ଏହି ୧୬ ଜଣଙ୍କୁ ବନ୍ଦୀ ରଖିବା ସହ ଅକଥନୀୟ ଅତ୍ୟାଚାର କରିଛନ୍ତି । ଯେଉଁ କାରଣରୁ ଗର୍ଭବତୀ ମହିଳା ଜଣକ ନିଜ ଛୁଆକୁ ହରାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏଥିସହିତ ବର୍ତ୍ତମାନ ସେହି ମହିଳା ଜଣକ ଗୁରୁତର ଅବସ୍ଥାରେ କର୍ଣ୍ଣାଟକର ଡିଷ୍ଟ୍ରିକ୍ଟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଶେଷ ସୁତ୍ରରୁ ଜଣା ପଡିଛି ।ତେବେ ଏହି ଦିନ ମଜୁରିଆ ମାନଙ୍କ ମଧ୍ୟରୁ କିଛି ଜଣ ମାଲିକଙ୍କ ନିକଟରୁ ୯ ଲକ୍ଷ ଟଙ୍କା ଧାର ନେଇ ଥିବାବେଳେ ସେହି ଟଙ୍କା ସୁଝି ନପାରିନଥିଲେ । ଯାହାଫଳରେ ମାଲିକ ଏହି ଦିନ ମଜୁରୀଆଙ୍କୁ ଗୃହ ବନ୍ଦୀ କରି ରଖିବା ସହ ବିଭିନ୍ନ ପ୍ରକାର ନିର୍ଯାତନା ମଧ୍ୟ ଦେଉଥିଲେ । ଯାହାକୁ ନେଇ ଅକ୍ଟୋବର ୮ ତାରିଖ ଦିନ ମାଲିକଙ୍କ ନାଁରେ ଦିନ ମଜୁରୀଆମାନେ ପ୍ରଥମେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପରେ ସେହି ଅଭିଯୋଗକୁ ସେମାନେ ଉଠାଇ ନେଇଥିବା ପୋଲିସ୍ ଅଧିକାରୀଙ୍କ ପକ୍ଷରୁ ଜଣାପଡ଼ିଛି ।

ପରବର୍ତ୍ତି ସମୟରେ ମାଲିକର ଅତ୍ୟାଚାର ବଢିବାରୁ ଏହି ଦିନ ମଜୁରୀଆମାନେ ବାଧ୍ୟ ହୋଇ ପୁଣି ଥରେ ପୋଲିସରେ ଅଭିଯୋଗ କରିଛନ୍ତି । ଏତତ୍ ବ୍ୟତୀତ ମାଲିକ ସେହି ଗର୍ଭବତି ମହିଳାକୁ ଏକ କୋଠରୀରେ ଗୋଟିଏ ଦିନ ଗୃହବନ୍ଦି କରିବା ସହ ତାଙ୍କୁ ମାଡ ମାରିଥିଲେ ଏବଂ ତାଙ୍କ ସହ ଖରାପ ବ୍ୟବହାର ମଘ୍ୟ କରିଥିଲେ । ଯାହାଫଳରେ ତାଙ୍କ ପୋଟରେ ବଢୁଥିବା ଶିଶୁର ମୃତ୍ୟୁ ହୋଇଥିବା ପିଡିତା ଜଣକ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ କେନ୍ଦ୍ର କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରେ ବନ୍ଦି ଥିବା ୮ ରୁ ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ମାଲିକଙ୍କ ନାଁ ଜଗଦେଶ ଗୌଡ଼ ଥିବାବେଳେ ସେ ଜଣେ ବିଜେପି ନେତା ବୋଲି ଜଣାପଡିଛି । ଜିଲ୍ଲା ସ୍ପୋକପର୍ସନ କିନ୍ତୁ ସେ ବିଜେପି ମେମ୍ବର ନୁହନ୍ତି ବୋଲି ରୋକଠୋକ ମନା କରିଦେଇଛନ୍ତି । ସେ ଜଣେ ସାଧାରଣ ଭୋଟର ଯିଏକି ବିଜେପି କୁ ସପୋର୍ଟ କରନ୍ତି ସେ ବିଜେପିର ମେମ୍ବର ନୁହନ୍ତି ବୋଲି ଜିଲ୍ଲା ସ୍ପୋକପର୍ସନ କହିଛନ୍ତି ।

Get real time updates directly on you device, subscribe now.