fbpx

ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷାଙ୍କୁ ମିଳିଲା ଭୟଙ୍କର ଧମକ, ଆରମ୍ଭ ହେଲା ଯାଞ୍ଚ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲଙ୍କୁ ରେପ୍ ଧମକ ମିଳିଛି । ସ୍ୱାତୀଙ୍କୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଧମକ ଦିଆଯାଇଛି । ଏନେଇ ସେ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି । ନିକଟରେ ସାଜିଦ ଖାନଙ୍କୁ ବିଗ ବସରୁ ବାହାର କରିବା ପାଇଁ ସ୍ୱାତୀ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତା’ପରଠାରୁ ତାଙ୍କ ପାଖକୁ ଧମକ ଆସୁଥିବା ସ୍ୱାତୀ ଅଭିଯୋଗ କରିଛନ୍ତି ।

ସ୍ୱାତୀଙ୍କୁ ଇନଷ୍ଟାଗ୍ରାମରେ ରେପ ଧମକ ମିଳିବା ପରେ ସେ ଦିଲ୍ଲୀ ପୋଲିସରେ ଏଫଆଇଆର ଦାୟର କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସାଜିଦ ଖାନଙ୍କୁ ବିଗ ବସରୁ ବାହାର କରିବା ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ଲେଖିବା ପରଠାରୁ ତାଙ୍କ ପାଖକୁ ଧମକ ଆସୁଛି । ତେଣୁ ଏହି ମାମଲାର ଯାଞ୍ଚ କରି ଦୋଷୀଙ୍କୁ ଗିରଫ କରିବାକୁ ସ୍ୱାତୀ ଟ୍ୱିଟ୍ କରିଛନ୍ତି ।

ଗତ ୧୦ ତାରିଖରେ ସ୍ୱାତୀ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ପତ୍ର ଲେଖିଥିଲେ । ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ସାଜିଦ ଖାନଙ୍କୁ ରିୟଲିଟି ଶୋ ବିଗ୍ ବସରୁ ହଟାଇବାକୁ ସେ ଦାବି କରିଥିଲେ । ସାଜିଦଙ୍କ ନାମରେ ୧୦ରୁ ଅଧିକ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଓ ଅଶ୍ଲୀଳ ବ୍ୟବହାର ନେଇ ଅଭିଯୋଗ ରହିଛି । ତେଣୁ ଆଗାମୀ ରିୟଲିଟି ଶୋ’ରୁ ସାଜିଦଙ୍କୁ ରୋକିବା ଓ ତାଙ୍କ ବିରୋଧରେ ଯାଞ୍ଚ କରିବାକୁ ସ୍ୱାତୀ ଦାବି କରିଥିଲେ ।

Get real time updates directly on you device, subscribe now.