fbpx

IAF Agniveer Recruitment: ନଭେମ୍ବରରେ ରେଜିଷ୍ଟ୍ରେସନ, ଜାନୁଆରୀରେ ପରୀକ୍ଷା, ମହିଳାଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସରୁ ବାୟୁସେନାରେ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତାମାସରୁ ଆଶାୟୀ ପ୍ରାର୍ଥୀମାନେ ବାୟୁସେନାରେ ନିଜ ନିଜର ରେଜିଷ୍ଟ୍ରେସନ ଆରମ୍ଭ କରିବେ । ନଭେମ୍ବର ପ୍ରଥମ ପ୍ରଥମ ସପ୍ତାହରୁ ପଞ୍ଜୀକରଣ ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି । ଉଭୟ ପୁରୁଷ ଓ ମହିଳା ପ୍ରାର୍ଥୀ ଏଥିରେ ଆବେଦନ କରିପାରିବେ । ଏହାପରେ ଆସନ୍ତା ବର୍ଷ ଜାନୁଆରୀ ମାସର ମଧ୍ୟଭାଗରେ ଅନଲାଇନରେ ପରୀକ୍ଷା କରାଯିବ ।

ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ ଜାରି ନୋଫିଫିକେସନ ମୁତାବକ, ମହିଳାଙ୍କ ସହିତ ପୁରୁଷଙ୍କ ପାଇଁ ଏହି ନିଯୁକ୍ତି ଜାରି ରହିବ । ପୂର୍ବରୁ ସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ନେଇ ଦେଶବ୍ୟାପୀ ବିରୋଧାଭାସ ଦେଖିବାକୁ ମିଳିଥିଲା । କିଛି ସ୍ଥାନରେ ସରକାରୀ ସମ୍ପତ୍ତି ନଷ୍ଟ କରାଯାଇଥିଲା । ମାତ୍ର ଏହି ବିରୋଧ ବେଶି ଦିନ ଚାଲିନଥିଲା । ଏବେ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ ଓ ଦେଶକୁ ପ୍ରଥମ ଅଗ୍ନିବୀର ମିଳିଯିବ ।

ଆସନ୍ତାବର୍ଷ ଠାରୁ ଭାରତୀୟ ବାୟୁ ସେନାରେ ମହିଳା ଅଗ୍ନିବୀରଙ୍କୁ ସାମିଲ କରିବାକୁ ଗତ ୮ ତାରିଖରେ ବାୟୁ ସେନା ଦିବସ ଅବସରରେ ଚିଫ ମାର୍ଶଲ ବି.ଆର ଚୌଧରୀ କହିଥିଲେ । ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ପ୍ରକ୍ରିୟା ସରିଛି । ଅଗ୍ନିଶମ ଯୋଜନା ମାଧ୍ୟମରେ ଭାରତୀୟ ବାୟୁସେନାରେ ବାୟୁ ଯୋଦ୍ଧାଙ୍କୁ ସାମିଲ କରିବା ଏକ ଚ୍ୟାଲେଞ୍ଜ ହେବ ।

Get real time updates directly on you device, subscribe now.