fbpx

‘ଡଙ୍କି’ ପାଇଁ ୨ ଦିନରେ ବିକ୍ରି ହେଲା ୧.୫ ଲକ୍ଷ ଟିକେଟ: ଦ୍ରୁତ ଗତିରେ ହେବାରେ ଲାଗିଛି ଆଡ଼ଭାନ୍ସ ବୁକିଂ

ମୁମ୍ବାଇ: କିଙ୍ଗ ଖାନ ଶାହରୁଖଙ୍କ ଅଭିନୀତ ଚଳଚ୍ଚିତ୍ର ‘ଡଙ୍କି’ ଚଳିିତ ମାସ ୨୧ ତାରିଖରେ ଥିଏଟରରେ ମୁକ୍ତିଲାଭ କରିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଚଳିତ ବର୍ଷ ‘ପଠାନ’ ଏବଂ ‘ଜୱାନ’ର ସଫଳତା ପରେ ତାଙ୍କ ପ୍ରଶଂସକମାନେ ତାଙ୍କର ଆଗାମୀ ଫିଲ୍ମକୁ ଚାତକ ପରି ଚାହିଁ ରହିଛନ୍ତି ।

ତେବେ ଏହି ଫିଲ୍ମ ରିଲିଜ ହେବା ପାଇଁ ଆହୁରି ତିନି ଦିନ ବାକି ଅଛି । କିନ୍ତୁ ବର୍ତ୍ତମାନ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏହି ପିଲ୍ମ ପାଇଁ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଉକ୍ରଣ୍ଠା ଏତେ ବଢ଼ିଯାଇଛି ଯେ ଫିଲ୍ମ ପାଇଁ ଆଡ଼ଭାନ୍ସ ବୁକିଙ୍ଗ ବେଶ ଜୋର ସୋରରେ ଚାଲିଛି । ତେବେ ପ୍ରଥମ ଥର ପାଇଁ ରୁପେଲି ପରଦାରେ ‘୩ ଇଡିଅଟ୍ସ’, ‘ସଞ୍ଜୁ’, ‘ପି. କେ’ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜକୁମାର ହିରାନୀ ଏବଂ ଶାହରୁଖଙ୍କ ନିର୍ଦ୍ଦେଶକ-କଳାକାର ଯୋଡ଼ି ଦେଖିବାକୁ ମିଳିବ । ତେବେ ଏଥିପାଇଁ ଶାହରୁଖଙ୍କ ପ୍ରଶଂସକଙ୍କ ସମେତ ସମାଲୋଚକମାନେ ମଧ୍ୟ ବେଶ ଆଶାୟୀ ଅଛନ୍ତି ।

ଶନିବାର ଦିନ ମେକର୍ସ ଏହି ଚଳଚ୍ଚିତ୍ରର ଆଡ଼ଭାନ୍ସ ବୁକିଂ ପାଇଁ ଆନୁଷ୍ଠାନିକ ଘୋଷଣା କରିଥିଲେ । ତେବେ ମାତ୍ର ଦୁଇ ଦିନରେ ଦେଢ଼ ଲକ୍ଷରୁ ମଧ୍ୟ ଅଧିକ ଟିକେଟ ବୁକିଂ ସରିଲାଣି । କେବଳ ଆଡ଼େଭାନ୍ସ ବୁକିଂରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫ କୋଟି ଟଙ୍କାର ଆଡ଼ଭାନ୍ସ ଗ୍ରସ କଲେକଶନ କରିସାରିଲାଣି ଏହି ଚଳଚ୍ଚିତ୍ର । ତେବେ ଏହା ମଧ୍ୟରେ ଆଶା କରାଯାଛଉଛି ଯେ ‘ଡଙ୍କି’ ଚଳଚ୍ଚିତ୍ର ପ୍ରଥମ ଦିନରେ ହିଁ ୩୦ ରୁ ୩୫ କୋଟି ରୋଜଗାର କରିବାକୁ ଯାଉଛି । ତେବେ ଚଳଚ୍ଚିତ୍ତର ମୁକ୍ତିଲାଭ କରିବା ସମୟ ପାଖେଇ ଆସିବା ସହିତ ଟକେଟ ବୁକିଂ ମଧ୍ୟ ବଢ଼ିବାରେ ଲାଗିଛି ।

ଅନ୍ୟପକ୍ଷରେ ୨୨ ତାରିଖରେ ପ୍ରଭାସଙ୍କର ‘ସାଲାର’ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଏହା ‘ଡଙ୍କି’କୁ କନା ଟକ୍କର ଦେବ ବୋଲି ଆଶଙ୍କା ରହିଛି । ଏପରି ସ୍ଥିତିରେ ଉଭୟଙ୍କର ସ୍କ୍ରିନିଂ ହାରାହାରି ରହିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.