fbpx

ଡୁପ୍ଲେସିସଙ୍କ ଦମଦାର ୮୬: କେକେଆର ସମ୍ମୁଖରେ ୧୯୩ ରନର ଲକ୍ଷ୍ୟ

ନୂଆଦିଲ୍ଳୀ: ଆଇପିଏଲ-୧୪ର ଫାଇନାଲ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ୧୯୩ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ପ୍ରଥମେ ବ୍ୟାଟିଂ କରୁଥିବା ଚେନ୍ନାଇ ଫାଫ ଡୁପ୍ଲେସିସଙ୍କ ୮୬ ରନ ବଳରେ ନିର୍ଦ୍ଧାରିତ ଓଭରରେ ୩ ୱିକେଟ ହରାଇ ୧୯୨ ରନ ସଂଗ୍ରହ କରିଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଋତୁରାଜ ଗାଏକ୍ୱାଡ ୩୨, ରବିନ ଉତ୍ଥପ୍ପା ୩୧ ଏବଂ ମୋଇନ ଅଲୀ ୩୭ ରନ କରିଥିଲେ । କେକେଆର ପକ୍ଷରୁ ନାରିନ ସର୍ବାଧିକ ଦୁଇଟି ୱିକେଟ ନେଇଥିଲେ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ସିଏସକେ ପକ୍ଷରୁ ଦୁଇ ଓପ୍ନର ପ୍ରଥମ ୱିକେଟରେ ୬୧ ରନ ଯୋଡିଥିଲେ । ଋତୁରାଜ ଗାଏକ୍ୱାଡ୨୭ ବଲରୁ ୩୨ ଗରନ କରି ସୁନୀଲ ନାରିନଙ୍କ ଶିକାର ହୋଇଥିଲେ । ଗାଏକ୍ୱାଡଙ୍କ ଇନିଂସରେ ୩ ଚୌକା ଓ ୧ ଛକା ସାମିଲ ଥିଲା । ପ୍ରଥମ ଡାଉନ ଆସିଥିବା ଉତ୍ଥପ୍ପା ମଧ୍ୟ ଏକ ଚମକ୍ରାର ଇନିଂସ ଖେଳିଥିଲେ । ୧୫ ବଲ ଖେଳି ୩ ଛକା ସହିତ ୩୧ ରନ କରି ନାରିନଙ୍କ ଶିକାର ହୋଇଥିଲେ ଉତ୍ଥପ୍ପା । ଶେଷ ବଲରେ ଆଉଟ ହେବା ପୂର୍ବରୁ ଡୁପ୍ଲେସିସ ୫୯ ବଳରୁ ୮୬ ରନ ସଂଗ୍ରହ କରିଥିଲେ । ନିଜ ଅଭିଜ୍ଞତାର ସମ୍ପୂର୍ଣ୍ଣ ଫାଇଦା ଉଠାଇବା ସହିତ ୭ଟି ଚୌକା ଓ ୩ଟି ଛକା ମାରି ଶେଷ ବଲରେ ଆଉଟ ହୋଇଥିଲେ ଡୁପ୍ଲେସିସ୍ । ଶେଷ ଆଡକୁ ମୋଇନ ଅଲୀ ୩୭ଙ୍କ ସହିତ ଡୁପ୍ଲେସିସ ୬୮ ରନ ଯୋଡିଥିଲେ । ୪ ଓଭରରେ ୫୬ ରନ ବ୍ୟୟ କରି ଲୋକି ଫର୍ଗୁସନ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ନାରିନ ୨୬ ରନରେ ୨ଟି ଏବଂ ମାଭି ୩୨ ରନରେ ଗୋଟିଏ ୱିକେଟ ନେଇଥିଲେ ।

Get real time updates directly on you device, subscribe now.