fbpx

ବିଗ ବାସ୍ ପଦାର୍ପଣରେ ଶେଫାଳିଙ୍କ Direct hit; ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ଓପ୍ନର ତଥା ଟି-୨୦ରେ ବିଶ୍ୱ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ଶେଫାଳି ବର୍ମା ନିଜର ବିଗ ବାସ ପଦାର୍ପଣ କରିଛନ୍ତି । ୫ମ ଭାରତୀୟ ଖେଳାଳି ଭାବରେ ବିଗ ବାସ ଖେଳିଥିବା ଶେଫାଳି ବ୍ୟାଟ ଜରିଆରେ ଏତେଟା ସଫଳ ହୋଇ ନଥିଲେ ହେଁ ଚମକ୍ରାର ଫିଲ୍ଡିଂ ଜରିଆରେ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି । ସିଡନୀ ସିକ୍ସର୍ସ ପକ୍ଷରୁ ଖେଳୁଥିବା ଶେଫାଳିଙ୍କ ଦଳ ଏହି ମ୍ୟାଚରେ ମେଲବୋର୍ଣ୍ଣ ଷ୍ଟାର୍ସକୁ ୬ ୱିକେଟରେ ପରାସ୍ତ କରିଛି ।
ମେଲବୋର୍ଣ୍ଣ ଷ୍ଟାର୍ସ ଇନିଂସରେ ଆନାବେଲ ସଦରଲାଣ୍ଡଙ୍କ ଏକମାତ୍ର ୱିକେଟ ରନ ଆଉଟରୁ ଆସିଥିଲା । ଏହି ରନଆଉଟଟି କରିବା ସହିତ ଶେଫାଳି ବିଗ ବାସ ଲିଗରେ ନିଜର ପ୍ରବେଶ ଘୋଷଣା କରିଥିଲେ । ଶେଫାଳି ମିଡ ୱିକେଟରେ ଫିଲ୍ଡିଂ କରୁଥିବା ବେଳେ ବଲ ତାଙ୍କ ନିକଟକୁ ଆସିଥିଲା । ମାତ୍ର ଗୋଟିଏ ଷ୍ଟମ୍ପ ଦେଖାଯାଉଥିବା ବେଳେ ଶେଫାଳି ଚମକ୍ରାର ଥ୍ରୋ ଜରିଆରେ ରନଆଉଟ କରିଥିଲେ । ଏହି ରନ ଆଉଟର ଭିଡିଓଟିକୁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଶେୟାର କରାଯାଇଥିଲା ।

Get real time updates directly on you device, subscribe now.