fbpx
BJD SKY
BJD SKY

ମନୀଷ ଅନୁରାଗଙ୍କ ବିୟୋଗରେ ସୁକିନ୍ଦାରେ ସ୍ମୃତିଚାରଣ ସଭା

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ଦୈନିକ ସମ୍ବାଦପତ୍ର ନିର୍ଭୟର ସମ୍ପାଦକ, ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ସୁପୁତ୍ର ତଥା ନିର୍ଭୟ ମିଡ଼ିଆ ପବ୍ଲିକେସନର ପରିଚାଳନା ନିର୍ଦେଶକ ମନିଷ ଅନୁରାଗ (ଗୁଡ୍ଡୁ)ଙ୍କ ଅକାଳ ବିୟୋଗରେ ତାଙ୍କୁ ଶ୍ରଦ୍ଧକ୍ଷଞ୍ଜଳୀ ଜଣାଇବା ଉଦ୍ଦେଶ୍ୟରେ ସୁକିନ୍ଦା ଷ୍ଟାଡିଅମଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସୁକିନ୍ଦାର ନିର୍ଭୟ ପ୍ରତିନିଧି ସେକ ଜହୁରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି ।

ଏହି ସଭାରେ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ସୁକିନ୍ଦା ସାହିତ୍ୟ ସମାଜ ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ, ପୂର୍ବତନ ସରପଞ୍ଚ ରାଜ କିଶୋର ଜେନା ଓ ଅକ୍ଷୟ କୁମାର ବେହେରା, ମାନବ ଅଧିକାର କର୍ମୀ ବିଶ୍ୱନାଥ ପାତ୍ର, ଶିକ୍ଷାବିତ ମନୋରଞ୍ଜନ ଦାସ, ସତ୍ତାର କ୍ରିକେଟ କ୍ଲବ ସମ୍ପାଦକ ଗୋପାଳ ସାବତ, ୟୁଥ ଫର ଆକ୍ସନ ବ୍ଲକ ସଭାପତି ସଂଗ୍ରାମ ମହାପାତ୍ର, ଏସକେ ଆଜମ, ଯୁବ ନେତା ସତ୍ୟ ନାରାୟଣ କାନୁନଗୋ, କାଳନ୍ଦୀ ସେଠି, ହମିଦ ଖାଂ,ସେକ ଇରଫାନ,ସେକ ସେହନୱାଜ ଓ ବିକାଶ ନାୟକ,ପ୍ରମୁଖ ଯୋଗଦେଇ ଅନୁରାଗଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Get real time updates directly on you device, subscribe now.