fbpx

ଦଶହରାରେ କରନ୍ତୁ ଏହି ୫ କାମ; ଘରକୁ ଆସିବ ସୁଖ ଓ ସମୃଦ୍ଧି

ମା’ଦୁର୍ଗାଙ୍କ ଆରାଧନାର ପର୍ବ ଦଶହରା । ଏହା ବିଜୟାଦଶମୀ ଭାବେ ମଧ୍ୟ ପରିଚିତ । ଏହି ଦିନ କେତେକ ସାଧାରଣ କାର୍ୟ୍ୟ କରି ନିଜ ପାଇଁ ସୌଭାଗ୍ୟ ଆଣିପାରିବ ।
-ଦଶହରା ଦିନ ଶମୀବୃକ୍ଷକୁ ପୂଜା କରନ୍ତୁ । ଯଦି ନିଜ ଘରେ ଶମୀ ବୃକ୍ଷ ନାହିଁ, ତେବେ ଏହାକୁ ଲଗାଇ ନିୟମିତ ଏହା ମୂଳରେ ଦୀପ ଲଗାଇବେ । କୁହାଯାଏ ଦଶହରା ଦିନ ଧନାଧିପତି କୁବେର ରାଜା ରଘୁଙ୍କୁ ସ୍ୱର୍ଣ୍ଣମୁଦ୍ରା ଦେବା ଲାଗି ଶମୀ ପତ୍ରକୁ ସୁନାର ପତ୍ର କରିଦେଇଥିଲେ । ଏହି କାରଣରୁ ଶମୀବୃକ୍ଷ ପୂଜା କଲେ ଘରେ ଧନଧାନ୍ୟର ଅଭାବ ରହେ ନାହିଁ ବୋଲି କୁହାଯାଏ ।
-ଦଶହରା ଦିନ ସନ୍ଧ୍ୟା ବେଳେ ରାବଣ ପୋଡି ହେବା ପରେ କୌଣସି ମନ୍ଦିରରେ ଏକ ନୂଆ ଝାଡୁ ନେଇ ଏପରି ସ୍ଥାନରେ ରଖି ଆସନ୍ତୁ, ଯେଉଁ ଠାରେ ରଖିବା ବେଳେ କେହି ଆପଣଙ୍କୁ ଦେଖିପାରିବେନି । ଏପରି କଲେ ଧନ ସମ୍ପର୍କିତ ସମସ୍ୟା ଦୂରେଇ ଯିବ ।
-ରାବଣ ପୋଡି ପରେ ଯଦି କିଛି ବଳକା କାଠ ମିଳିଯାଏ ତେବେ ଏହାକୁ ଆଣି ଘରେ ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ । ଏହାଦ୍ୱାରା ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିପାରିବ ନାହିଁ ।
-ଦଶହରା ଦିନ ହନୁମାନଙ୍କୁ ସକାଳେ ଗୁଡ଼-ଚଣା ଏବଂ ସନ୍ଧ୍ୟାବେଳେ ଲଡୁ ଭୋଗ ଲଗାଇବା ଦ୍ୱାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇପାରିବ ।
-ଏହି ଦିନ ‘ଓଁ ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ, ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱଧା ନମୋସ୍ତୁତେ’ ମନ୍ତ୍ର ଜପ କଲେ ଆରୋଗ୍ୟ ସୁଖ ପ୍ରାପ୍ତି ହୋଇଥାଏ ।

Get real time updates directly on you device, subscribe now.