fbpx

Ipl Final: ଟସ୍ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ ଫାଇନାଲରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା ନାଇଟ ରାଇଡର୍ସ । ଦୁବାଇରେ ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଧୋନୀ ଟସ୍ ପକାଇଥିବା ବେଳେ ମୋର୍ଗାନ ଟସ୍ ଜିତି ଥିଲେ । ଦୁବାଇରେ ସିଏସକେର ରନର ପିଛା କରିବା ରେକର୍ଡ ଭଲ ରହିଥିବା କାରଣରୁ କେକେଆର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ।

ଉଭୟ ଦଳ ପୂର୍ବ ମ୍ୟାଚର ଅପରିବର୍ତ୍ତିତ ଦଳ ସହିତ ପଡିଆକୁ ଓହ୍ଲାଇଛନ୍ତି । ୬୦୩ ରନ୍ କରିଥିବା ଋତୁରାଜ ଗାଏକ୍ୱାଡଙ୍କ ନିକଟରେ କେ ଏଲ ରାହୁଲ(୬୨୬)ଙ୍କୁ ଗାଦିଚ୍ୟୁତ କରିବାର ସମ୍ଭାବନା ରହିଛି । ପୂର୍ବରୁ କେକେଆର ଦୁଇ ଥର ଫାଇନାଲରେ ଚେଜ କରି ଜିତିଥିବାରୁ ଏହି ମ୍ୟାଚରେ ସମାନ ଫଳ ଆଶା କରିବେ ମୋର୍ଗାନ ।

Get real time updates directly on you device, subscribe now.