fbpx

ଇଣ୍ଡୋନେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ: ୪୫ ଘଣ୍ଟାରେ ୧୦ ବଡ ନେତାଙ୍କୁ ଭେଟିବା ସହ କରିବେ ୨୦ଟି କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆଜିଠାରୁ ୨ ଦିନ ପାଇଁ ଇଣ୍ଡୋନେସିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଟୋନେସିଆ ବାଲି ସହରରେ ଏହାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ଏହି ଗସ୍ତ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ସେଠାରେ ୧୫ ଓ ୧୬ ତାରିଖ ଦୁଇଦିନ ରହିବା ସହ ତିନୋଟି ପ୍ରମୁଖ ଅଧିବେଶନ ଖାଦ୍ୟ ଓ ଉର୍ଜା ସୁରକ୍ଷା, ସ୍ଵାସ୍ଥ୍ୟ ଏବଂ ଡିଜିଟାଲ୍ ପରିବର୍ତ୍ତନରେ ଯୋଗ ଦେବେ। ଏଥିସହିତ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାକରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ବାଲିରେ ଆୟୋଜିତ ହୋଇଥିବା ଜି-୨୦ ସମ୍ମିଳନା ଭାରତ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି। କାରଣ ଏହି ସମ୍ମିଳନୀରେ ଭାରତ, ଚୀନ ଏବଂ ଆମେରିକା ସମେତ ଅନ୍ୟ ଦେଶଗୁଡିକର ରାଷ୍ଟ୍ରାଧ୍ୟକ୍ଷ ସାମିଲ୍ ହେବା ସହ ଏହି ସମୟରେ ରୁଷ-ୟୁକ୍ରେନ ସଂଘର୍ଷ ଏବଂ ଏହାର ପ୍ରଭାବରେ ଉପୁଜିଥିବା ବୈଶ୍ଵିକ ଆହ୍ଵାନ ଉପରେ ବିଚାର ବିମର୍ଶ କରାଯାଇପାରେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ବାଲିରେ ପ୍ରାୟ ୪୫ ଘଣ୍ଟା ପର୍ଯ୍ୟନ୍ତ ରହିବା ସହ ଏଠାରେ ସେ ପାଖାପାଖି ୨୦ଟି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏତତ୍ ବ୍ୟତୀତ ସେ ପ୍ରାୟ ୧୦ ବଡ ନେତାଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା ମଧ୍ୟ କରିବେ । ଏ ନେଇ ଆଜି ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ଅଭିମୁଖେ ଯାତ୍ରା କରିବେ ବୋଲି କୁହାଯାଉଛି ।

ଇଣ୍ଡୋନେସିଆର ଡାୟସ୍ପୋରାରେ ମୋଦୀଙ୍କ ପାଇଁ ସ୍ଵାଗତ ସମାରୋହ ରଖାଯାଇଥିବା ବେଳେ ସେଠାରେ ସେ ଭାରତୀୟ ପ୍ରବାସୀଙ୍କୁ ସାକ୍ଷାତ କରିବେ ଏଥିସହିତ ସେମାନଙ୍କ ସହ ଆଲୋଚନା ମଧ୍ୟ କରିବେ । ବୈଦେଶିକ ସଚିବ ବିନୟ କ୍ଵାତ୍ରା ରବିବାର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ତେବେ ବାଲିରେ ଆୟୋଜିତ ହେବାକୁ ଥିବା ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରିଟିସ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଯୋଗ ଦେବେ । ତେବେ ବାର୍ଷିକ ସାଧାରଣ ସଭା ସମାପନ ସମାରୋହରେ ଇଣ୍ଡୋନେସିଆ ଜି-୨୦ ସଭାପତିତ୍ଵ ଭାରତକୁ ହସ୍ତାନ୍ତର କରିବ ।

Get real time updates directly on you device, subscribe now.