fbpx

ତୈଳଦର ନେଇ ଆସିଲା ଖୁସି ଖବର, ଗୋଟେ ଲିଟର ସୋରିଷତେଲ ପାଇଁ ଖର୍ଚ୍ଚ ହେବ ଏତିକି ଟଙ୍କା

ନୂଆଦିଲ୍ଲୀ: ଜନସାଧାରଣଙ୍କ ପାଇଁ ଖୁସି ଖବର ଆସି ପହଁଚିଛି । ଲଗାତାର ଖାଦ୍ୟ ଦର ମହଙ୍ଗା ହେବାବେଳେ ଆଜି ସୋରିଷତେଲ ଦରରେ ହ୍ରାସ ଘଟିଛି । ତେବେ ଦିଲ୍ଲୀ ତେଲ ବିହନ ବଜାରରେ କଚ୍ଚା ପାମୋଲିନ ତେଲର ମୂଲ୍ୟ ହ୍ରାସ ଘଟିବାରେ ଦେଖିବାକୁ ମିଳିଛି । ମାର୍କେଟ ଏକ୍ସପର୍ଟଙ୍କ କହିବା ମୁତାବକ, ସରକାରଙ୍କ କୋଟା ପ୍ରଣାଳୀ ପାଇଁ ସାର୍ଟ ସପ୍ଲାଇ ହେବା ଯୋଗୁଁ ସୋୟାବିନ ମୂଲ୍ୟରେ କିଛିଟା ସୁଧାର ଆସିଛି ।

ଯଦି ଆମେ ପୂର୍ବବର୍ଷ ଅଗଷ୍ଟ ମାସକଥା ଦେଖିବା ତେବେ କୃଷକମାନେ ବଜାରରେ ସୋୟାବିନ ଦର କୁଇଣ୍ଟାଲ ପିଛା ୧୦,୦୦୦ ଟଙ୍କା ବିକ୍ରି ହୋଇଥିଲା । କିନ୍ତୁ ଏ ବର୍ଷର୍ ତାହା ୫ହଜାର ୫୦୦ଟଙ୍କା ପ୍ରତି କୁଇଣ୍ଟାଲ ପିଛା ରହିଛି । କାରଣ ଏହାର ମୂଲ୍ୟ ମଏସପି ରୁ ଅଧିକ ଅଛି ହେଲେ ପୂର୍ବବର୍ଷ ଦର ମୁତାବକ କମ ରହିଛି । ତେବେ ଚଳିତ ବର୍ଷ କୃଷକମାନେ ବିହନକୁ ମହଙ୍ଗାରେ କିଣିଥିଲେ ହେଲେ ଏହାକୁ କମଦରରେ ବିକ୍ରି କରିବେ ।

ସୁତ୍ରରୁ ଜଣାପଡିଛି ଯେ, ସୋୟାବିନ ପାଇଁ ପାମୋଲିନ ଶସ୍ତା ହୋଇଛି, ଏହି ଶସ୍ତା ପାଇଁ ରିଫାଇଣ୍ଡର ଡିମାଣ୍ଡ ପ୍ରଭାବିତ ହୋଇଛି । ଯାହାକି ସମୀକ୍ଷାଧୀନ ସପ୍ତାହରେ ସୋୟାବିନ ଦିଲ୍ଲୀ ଏବଂ ଇଣ୍ଡୋରରେ ତେଲ ଦର ହ୍ରାସ ପାଇଛି । କପା ବିହନ ଓ ବାଦାମ ଫସଲ ରୋଜଗାର ବଢିବା ହେତୁ ତେଲ ଦର କମିଛି ।

ପୂର୍ବ ସପ୍ତାହର ଶୁକ୍ରବାରଦିନ ଶୋରିଷ ଦାନା କୁଇଣ୍ଟାଲ ପିଛା ୫୦ଟଙ୍କା ବଢି ୭,୪୭୫ ଟଙ୍କାରୁ ୭, ୫୨୫ଟଙ୍କା ହୋଇଥିଲା । ତେଣୁ ସମୀକ୍ଷାଧୀନ ସପ୍ତାହରେ ଦାଦ୍ରି ଶୋରିଷ ତେଲ ଦର କୁଇଣ୍ଟାଲ ପିଛା ୫୦ଟଙ୍କା ବଢି ୧୫, ୪୦୦ ଟଙ୍କାରେ ସ୍ଥଗିତ ଥିଲା । କଚିଘନି ଶୋରିଷ ତେଲରେ ପ୍ରତି ଟିଣ (୧୫ କିଲୋ) ପିଛା ୧୦ଟଙ୍କା କ୍ରମଶଃ ବଢି ୨୩ ଶହ ୪୦ ଟଙ୍କାରୁ ୨,୫୨୫ ଟଙ୍କା ରହିଥିଲା ବଜାରରେ ।

ତେବେ ବର୍ତ୍ତର୍ମାନ ମାର୍କେଟରେ ସୋୟାବିନ ଦାନାର ମୂଲ୍ୟ ୫୦ଟଙ୍କା ହ୍ରାସ ଘଟି ପାମୋଲିନ ଶୋରିଷ ତେଲ କୁଇଣ୍ଟାଲ ପିଛା ୧୪,୮୦୦ ଟଙ୍କା ରହିଛି । ସେହିପରି ରିଫାଇନର ମୂଲ୍ୟ ୫୫ଟଙ୍କା କମି ୨ହଜାର ୫୨୦ଟଙ୍କା ରୁ ୨୭୮୦ଟଙ୍କା ପ୍ରତି ଟିଣ ପିଛା ଏହାର ମୂଲ୍ୟ ସ୍ଥିର କରାଯାଇଛି ।

Get real time updates directly on you device, subscribe now.