fbpx

ଲାଇଭ୍ କମେଣ୍ଟ୍ରୀ ସମୟରେ ବିଗିଡ଼ିଲା ପଣ୍ଟିଂଙ୍କ ସ୍ୱାସ୍ଥବସ୍ଥା, ମେଡିକାଲରେ ଭର୍ତ୍ତି

ପର୍ଥ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଖେଳାଳି ରିକି ପଣ୍ଟିଂଙ୍କୁ ନେଇ ଆସିଛି ବଡ଼ ଖବର । ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଟେଷ୍ଟ୍ ମ୍ୟାଚ୍‌ରେ କମେଣ୍ଟ୍ରି କରିବା ସମୟରେ ତାଙ୍କର ସ୍ୱାସ୍ଥ୍ୟ ବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଆଜି ମ୍ୟାଚ୍ ଚାଲିଥିବା ସମୟରେ ହଠାତ୍ ରିକି ପଣ୍ଟିଂ ଅସୁସ୍ଥ ହୋଇପଡ଼ିଥିଲେ ।

କୁହାଯାଉଛି କି ତାଙ୍କୁ ହାର୍ଟ ଆଟାକ୍ ଆସିଛି । ଏହାପରେ ପଣ୍ଟିଂଙ୍କୁ ତୁରନ୍ତ ପର୍ଥର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମ୍ୟାଚ୍‌ର ତୃତୀୟ ଦିନରେ ପଣ୍ଟିଂ ଲଞ୍ଚ ପରେ କମେଣ୍ଟ୍ରି କରିବାକୁ ଆସି ପାରି ନଥିଲେ । ଏହି ସମୟରେ ତାଙ୍କର ମୁଣ୍ଡ ବୁଲାଇବା ସହ ଅସହଜ ଅନୁଭବ ହୋଇଥିବା କୁହାଯାଉଛି । ତେବେ ଅଷ୍ଟ୍ରେଲିଆ ଗଣାମାଧ୍ୟମ ରିପୋର୍ଟ ଅନୁସାରେ ପଣ୍ଟିଂଙ୍କ ସହଯୋଗୀ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ସେ ଠିକ୍ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

Get real time updates directly on you device, subscribe now.