fbpx

SECL ପକ୍ଷରୁ ବାହାରିଲା ୧୫୩୨ଟି ପଦବୀ, ଡିସେମ୍ବର ୧୯ ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ସାଉଥ ଇଷ୍ଟର୍ଣ୍ଣ କୋଲଫିଲ୍ଡସ ଲିମିଟେଡ (ଏସଇସିଏଲ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଗ୍ରାଜୁଏଟ ଓ ଡିପ୍ଲୋମା ଆପ୍ରେଣ୍ଟାଇସ୍ ଭାବେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।

ଏଥିପାଇଁ ନଭେମ୍ବର ୨୯ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୧୯ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସସୀମା ୨୦୨୨ ମସିହା ଡିସେମ୍ବର ମାସ ୧୯ ତାରିଖ ସୁଦ୍ଧା ୧୮ ବର୍ଷ ହୋଇଥିବା ଆବଶ୍ୟକ । ଗ୍ରାଜୁଏଟ ଓ ଡିପ୍ଲୋମା ଆପ୍ରେଣ୍ଟାଇସ୍ ପୋଷ୍ଟ ପାଇଁ ମୋଟ ୧୫୩୨ଟି ପଦବୀ ଖାଲି ରହିଛି ।

ଅନଲାଇନ ଆବେଦନ ଲିଙ୍କ: http://www.secl-cil.in/career.php

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-SECL-Graduate-Apprenticeship.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.secl-cil.in/

Get real time updates directly on you device, subscribe now.