fbpx

ନାବାଳିକା ଝିଅ ସହ ୨ ବର୍ଷ ଧରି ଦୁଷ୍କର୍ମ କରୁୁଥିଲା ବାପା, ମିଳିଲା ମୃତ୍ୟୁଦଣ୍ଡ

ପିଲାଙ୍କ ପାଇଁ ବାପା ମାଆ ହେଉଛନ୍ତି ଚଳନ୍ତି ଦେବତା । ଦେଖିବାକୁଗଲେ ଆଜିର ଦୁନିଆରେ ଗୋଟିଏ ଝିଅ କେବଳ ତାର ପରିବାର ସହ ନିଜକୁ ସୁରକ୍ଷିତ ମନେକରେ । ତେବେଏମିତିରେ ଯଦି ପିଲାମାନେ ନିଜଘରେ ହିଁ ଅସୁରକ୍ଷିତ ମନେକରିବେ ତେବେ ଆଉ ଉପାୟ କଣ ।

ହେଲେ ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ । ଯେଉଁଠାରେ ଜଣେ ବାପା ତାର ନାବାଳିକା ଝିଅକୁ ୨ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲା । ଶେଷରେ ନିଜଝିଅକୁ ଦୁଷ୍କର୍ମ ଅଭିଯୋଗରେ ୪୦ ବର୍ଷୀୟ ବାପାକୁ ମଙ୍ଗଳବାର ମୃତ୍ୟୁ ଦଣ୍ଡାଦେଶ ମିଳିଛି । କୋର୍ଟ ଫାଶୀ ଦଣ୍ଡ ଶୁଣାଇଥିବାବେଳେ ଅତିରିକ୍ତ ସେସନ୍ସ ଜଜ୍ ନିତିଶ କୁମାର ପାଣ୍ଡେ ତାଙ୍କୁ  ୫୧ ହଜାର ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତକରିଛନ୍ତି । ନିଜ ନାବାଳିକା ଝିଅ ସହ ଦୁଷ୍କର୍ମ କରିଥିବା ଏଭଳି ବାପାକୁ କୋର୍ଟ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ, ବହରାଇଚ ଜିଲ୍ଲାର ସୁଜୌଲୀ ଥାନା ଅନ୍ତର୍ଗତ ସୁଜୌଲି ଗାଁର ଜଣେ ମହିଳା ନିଜ ସ୍ୱାମୀଙ୍କ  ଉପରେ ନାବାଳିକା ଝିଅ ସହ ଦୁଷ୍କର୍ମ କରୁଥିବାନେଇ୨୫ ଅଗଷ୍ଟରେ ଗୋଟିଏ ଲିଖିତ ଅଭିଯୋଗ ସ୍ଥାନୀୟ ପୋଲିସକୁ ଦେଇଥିଲେ । ଏହି ଅଭିଯୋଗକୁ ପଢିବା ପରେ ପୋଲିସର ହୋସ ଉଡ଼ିଯାଇଥିଲା । ପତ୍ନୀଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ୨ ବର୍ଷ ଧରି ଜୋର ଜବରଦସ୍ତି ତାଙ୍କ ନାବାଳିକା ଝିଅ ସହ ବାରମ୍ବାର ଦୁଷ୍କର୍ମ କରିଆସୁଛନ୍ତି । ଅଭିଯୋଗକୁ ଭିତ୍ତିକରି ପୋଲିସ ସେହି ବ୍ୟକ୍ତିକୁ ପ୍ରଥମେ ଗିରଫ କରିବାସହ ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୭୬ ଏବଂ ପୋକ୍ସୋ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରିଥିଲା ।  ତେବେ ମହିଳାଜଣଙ୍କ ନିଜ ସ୍ୱାମୀ ବିରୋଧରେ କୋର୍ଟରେ ବୟାନ ଦେଇଥିଲେ । ଅଭିଯୁକ୍ତ ବାପା କେବଳ ସମାଜକୁ ଦେଖେଇବା ପାଇଁ ନିଜର ୧୪ ବର୍ଷର ଝିଅକୁ ବିବାହ କରାଇଥିଲେ । କିନ୍ତୁ ବିବାହର କିଛିଦିନ ପରେ ସେ ଜବରଦସ୍ତି ଝିଅକୁ ଫେରାଇ ଆଣି ୨ ବର୍ଷ ହେଲା ଘରେ ଦୁଷ୍କର୍ମ କରୁଥିଲେ । ତେବେ ପୋଲିସର ତଦନ୍ତ ସହ କୋର୍ଟର ଫାଶୀ ଦଣ୍ଡାଦେଶ ଉପରେ ଅଭିଯୁକ୍ତଙ୍କର ସ୍ତ୍ରୀ ସନ୍ତୁଷ୍ଟ ହୋଇଛନ୍ତି ।

Get real time updates directly on you device, subscribe now.