fbpx
BJD SKY
BJD SKY

ବିନା ଭୁଲରେ କଟିଯାଇଛି କି ଆପଣଙ୍କ ଚାଲାଣ ? ଘରେ ବସି ବସି ବାତିଲ କରିପାରିବେ ଜୋରିମାନା, ଜାଣନ୍ତୁ ଟେକନିକ୍

BJD

ନୂଆଦିଲ୍ଲୀ: ଗାଡ଼ି ଚଳାଇବା ସମୟରେ ନିୟମ ଉଲ୍ଲଂଘନ କରୁଥିବା ଡ୍ରାଇଭରମାନଙ୍କର ଚାଲାଣ କାଟିଦେଇଥାନ୍ତି ଟ୍ରାଫିକ ପୋଲିସ । ଚାଲାଣ ହେଉଛି ଏକ ପ୍ରକାର ଜୋରିମାନା, ଯାହାକୁ ଭୁଲ୍ କରି ଭରିବାକୁ ପଡ଼ିଥାଏ ।

ଏହାପୂର୍ବରୁ ପୋଲିସ ରେଡ୍ ଲାଇଟ୍ ଡେଇଁବା ବା ଭୁଲ ଭାବରେ ଗାଡ଼ି ଚଳାଇବା ଉପରେ କାର୍ ବା ବାଇକ ଅଟକାଇ ଚାଲାଣ କାଟୁଥିଲେ । ଏବେ ବହୁତ ସହରରେ ପୋଲିସ ଡିଜିଟାଲ କ୍ୟାମେରା ମାଧ୍ୟମରେ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ିକୁ କରି ବା ପୋଲିସକର୍ମୀ ଫଟୋ ଉଠାଇ ଇ-ଚାଲାଣ କରୁଛନ୍ତି । କିନ୍ତୁ ବିନା ଭୁଲରେ ଆପଣଙ୍କର ଚାଲାଣ କଟିଛି କି ?

ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଙ୍କିମାରିଥାଏ । ଏହାର କାରଣ ହେଉଛି ଯେ ଅନେକ ଲୋକ ଭୁଲ୍ ଇ-ଚାଲଣ ପାଆନ୍ତି ଏବଂ କୌଣସି ଟ୍ରାଫିକ୍ ନିୟମ ଭାଙ୍ଗ ନଥିଲେ ମଧ୍ୟ ଜୋରିମାନା ଦେବାକୁ ପଡିଥାଏ । ଯଦି ଆପଣ କୌଣସି ଭୁଲ କରିନାହାଁନ୍ତି କିନ୍ତୁ ଆପଣଙ୍କ ପାଖକୁ ଇ-ଚାଲାଣ ଆସିଛି, ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡିବ ନାହିଁ ।

ଭୁଲ ଇ-ଚାଲାଣର ଅର୍ଥ ହେଉଛି ଯେ ଯେତେବେଳେ ଡ୍ରାଇଭର ଅନୁଭବ କରେ ଯେ ସେ ଟ୍ରାଫିକ ନିୟମ ଭାଙ୍ଗି ନାହାଁନ୍ତି, ତଥାପି ତାଙ୍କୁ ଏକ ଚାଲାଣ ଜାରି କରାଯାଇଛି ଏବଂ ଜରିମାନା ଦେବାକୁ କୁହାଯାଇଛି । ଭୁଲ ଇ-ଚାଲାଣ ବିଷୟରେ ଆପଣ ଅଭିଯୋଗ କରିପାରିବେ ଏବଂ ଚାଲାଣ ବାତିଲ କରିପାରିବେ । ଏହା କରିବା ପାଇଁ ଆପଣଙ୍କୁ ପ୍ରମାଣ ଦେବାକୁ ପଡିବ ଯେ ଆପଣ କୌଣସି ନିୟମ ଭାଙ୍ଗି ନାହାଁନ୍ତି ।

ଅନଲାଇନରେ କିପରି ଅଭିଯୋଗ କରିବେ :-

-ପ୍ରଥମେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ରାଫିକ୍ ସାଇଟ୍ https://parivahan.gov.in/parivahan/କୁ ଯାଆନ୍ତୁ ।
-ହୋମ ପେଜରେ ଆପଣଘଙ୍କୁ ‘ଇ-ଚାଲାଣ ସିଷ୍ଟମ୍’ ଦେଖାଯିବ, ଏଠାରେ ‘More’ ଉପରେ କ୍ଲିକ୍ କରନ୍ତୁ ।
-ନୂଆ ପେଜର ଉପରେ ଥିବା ‘complaint’ ଉପରେ କ୍ଲିକ୍ କରନ୍ତୁ ।
-ଅଭିଯୋଗ ଫର୍ମ ଖୋଲିବ । ଏଠାରେ ନାମ, ଆପଣଙ୍କର ନମ୍ବର, ଆପଣଙ୍କର ଚାଲାଣ ନମ୍ବର ସହିତ ସମସ୍ତ ସୂଚନା ସଠିକ୍ ଭାବରେ ଏଣ୍ଟର କରିବାକୁ ପଡିବ ।
-ସମସ୍ତ ଆବଶ୍ୟକୀୟ ବିବରଣୀ ପୂରଣ କରିବା ପରେ ଆପଣଙ୍କୁ ଇ-ଚାଲାଣ ଅଭିଯୋଗର ପ୍ରମାଣ ଅପଲୋଡ୍ କରିବାକୁ ପଡିବ । ଏଥିପାଇଁ ଅପଲୋଡ୍ ଅପସନ୍ ବ୍ୟବହାର କରନ୍ତୁ ଏବଂ କ୍ୟାପଚା କୋଡ୍ ସଠିକ୍ ଭାବରେ ପୂରଣ କରନ୍ତୁ ।
-ଥରେ ଅପଲୋଡ୍ ପ୍ରକ୍ରିୟା ସମାପ୍ତ ହୋଇଗଲେ, ଆପଣଙ୍କୁ ଶେଷରେ ସବମିଟ୍ ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ । ବର୍ତ୍ତମାନ ଆପଣଙ୍କର ଅଭିଯୋଗ ପଞ୍ଜିକୃତ ହୋଇଯିବ ।

Get real time updates directly on you device, subscribe now.