fbpx
BJD SKY
BJD SKY

ଓଡ଼ିଶାର ଅବକାରୀ ବିଭାଗରେ ଇ-ଅଫିସ୍ ଶୁଭାରମ୍ଭ

BJD

ଭୁବନେଶ୍ୱର: ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଦ୍ୱାରା ଶୁକ୍ରବାର ଅବକାରୀ ନିର୍ଦ୍ଦେଶାଳୟ ଓ ଓଡିଶା ପାନୀୟ ନିଗମରେ ‘ଇ- ଅଫିସ୍’ ର ଶୁଭାରମ୍ଭ ହୋଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅବକାରୀ ଆୟୁକ୍ତ ଅଶିଷ କୁମାର ସିଂହ, ଓଡିଶା ପାନୀୟ ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରସନ୍ନ କୁମାର ଷଢଙ୍ଗୀ, ଅତିରିକ୍ତ ଅବକାରୀ ଆୟୁକ୍ତ ରାମଚନ୍ଦ୍ର ପାଲଟା, ସି.ଏମ୍. ଜି. ଆଇ. ନିର୍ଦ୍ଦେଶକ ସତ୍ୟପ୍ରିୟ ରଥ ଓ ଏନଆଇସିର ବିଭୂ ପ୍ରସାଦ ମିଶ୍ର ଯୋଗଦେଇ ଇ-ଅଫିସ୍ ର ଉପାଦେୟତା ତଥା ସରକାରଙ୍କ ୫- ଟି ଉପରେ ଏହା ପର୍ଯ୍ୟବେସିତ ହୋଇଥିବା ମତାମତ ପ୍ରଦାନ କରିଥିଲେ ।

ଅବକାରୀ ବିଭଗର ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ଆଗାମୀ ଦିନରେ ଇ-ଅଫିସ୍ ଅବକାରୀ ନିର୍ଦ୍ଦେଶାଳୟ ଓ ଓଡିଶା ପାନୀୟ ନିଗମର କାର୍ଯ୍ୟଧାରାରେ ବ୍ୟାପକ ସହାୟକ ହେବ ବୋଲି ଆଶା ପ୍ରକଟ କରିଥିଲେ । ଏଥିରେ ଅବକାରୀ ଅତିରିକ୍ତ ସଚିବ ସାଇଦତ୍ତବିପ୍ଲବ କେଶରୀ ପ୍ରଧାନ, ଓଡିଶା ପାନୀୟ ନିଗମର ସାଧାରଣ ପରିଚାଳକ ଶୁଭଦର୍ଶୀନୀ ସ୍ୱାଇଁ,ମାନସ ରଞ୍ଜନ ସ୍ୱାଇଁ, ଯୁଗ୍ମ ଅବକାରୀ ଆୟୁକ୍ତ ଦିବ୍ୟଲୋଚନ ମହନ୍ତ, ଉପ ଅବକାରୀ ଆୟୁକ୍ତ ରାମଚନ୍ଦ୍ର ମିଶ୍ର ଓ ସି.ଏମ୍. ଜି. ଆଇର ପିନାକୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.