fbpx

ଜିରୋ ନାଇଟ୍ ସେଲିବ୍ରେସନ୍: ବାଜିବନି ବାଜା, ଫୁଟିବନି ବାଣ

ଭୁବନେଶ୍ୱର: ଆଉ ମାତ୍ର କେଇଘଣ୍ଟାର ଅପେକ୍ଷା । ସବୁ ପ୍ରତୀକ୍ଷାର ଘଟିବ ଅନ୍ତ । ସାରା ବିଶ୍ୱବାସୀ ୨୦୨୨କୁ ବିଦାୟ ଦେଇ ୨୦୨୩ ବର୍ଷକୁ ସ୍ୱାଗତ କରିବେ । ଏଥିପାଇଁ ସବୁ ମହଲରେ ଚାଲିଛି ପ୍ରସ୍ତୁତି ପର୍ବ । ତେବେ ଟ୍ୱିନସିଟିରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସହରୀବାସୀ ପ୍ରସ୍ତୁତି ଚଳାଇଥିବାବେଳେ ଏଥିରେ କଟକଣା ଲଗାଇଛି କମିଶନରେଟ୍ ପୋଲିସ ।

ଚଳିତବର୍ଷ ଜିରୋ ନାଇଟ୍ ସେଲିବ୍ରେସନରେ ଡିଜେ ବାଜିବନି କି ବାଣ ଫୁଟିବନି ଏଥିପାଇଁ କଡ଼ା ନିର୍ଦ୍ଦେଶ ରହିଛି । ଏହି ସମୟରେ ଆଇନଶୃଙ୍ଖଳାକୁ ନିୟନ୍ତ୍ରଣରେ ରଖିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ କରିଛି । ଅପରପକ୍ଷରେ ଟ୍ୱିନସିଟିରେ ଥିବା ବିଭିନ୍ନ ହୋଟେଲରେ ଜିରୋ ନାଇଟ୍ ସେଲିବେସନ୍ ପାଇର୍ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ଏବେ ସମସ୍ତେ ଗ୍ରାହକଙ୍କ ଅପେକ୍ଷାରେ ରହିଛନ୍ତି । ନିରାଡ଼ମ୍ବର ଭାୋବ ଜିରୋନାଇଟ୍ ପାଳିବାକୁ ସବୁ ହୋଟେଲରେ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ।

କରୋନା କଟକଣାକୁ ଦୃଷ୍ଟିରେ ରଖି ବିଶେଷ ଜନଗହଳି ନକରିବା ପାଇଁ ପୋଲିସ ପକ୍ଷରୁ ସବୁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନବବର୍ଷକୁ ସ୍ୱାଗତ କରିବା ପାଇଁ ଏବେଠାରୁ ଟ୍ୱିନସିଟିର କାନ୍ଥବାଡ଼ ଓ ରାସ୍ତାଘାଟରେ ‘ୱେଲକମ୍ ୨୦୨୩’ ଲେଖାଯାଇଥିବା ଦେଖିବାକୁ ମିଳିଛି । ସେହିପରି ରାଜଧାନୀର ପର୍ଯ୍ୟଟନସ୍ଥଳୀ ଓ ପିକନିକ୍ ସ୍ପଟ୍ ଗୁଡ଼ିକରେ ବଣଭୋଜି କରିବା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ନୂଆବର୍ଷ ସମସ୍ତଙ୍କ ପାଇଁ ଆନନ୍ଦଦାୟକ ଓ ଶୁଭଙ୍କର ହେଉ ବୋଲି ‘ଓଡ଼ିଶା ଭାସ୍କର’ ପରିବାର ପକ୍ଷରୁ କାମନା କରାଯାଇଛି ।

Get real time updates directly on you device, subscribe now.