fbpx
BJD SKY
BJD SKY

earth hour 2023 ; ଆଜି ରାତି ସାଢେ ୮ଟାରୁ ସାଢେ ୯ ଘଣ୍ଟାଏ ବନ୍ଦ ରହିବ ଲାଇଟ୍ ଫ୍ୟାନ୍

BJD

ଭୁବନେଶ୍ୱର : ଘଣ୍ଟାଏ ପୃଥିବୀ ପୃଷ୍ଠ ଅନ୍ଧାର ରହିବ । ଫ୍ୟାନ୍ , ଲାଇଟ୍ , ଟଭି , ଏସି ଠାରୁ ଆରମ୍ଭ କରି କଳଖାରଖାନା ସବୁ କିଛି ଶାନ୍ତ ପଡିଯିବ । ଧରିତ୍ରୀ ମଧ୍ୟ ଟିକିଏ ଶାନ୍ତ ଅନୁଭବ କରିବ । କାରଣ ଆଜି ପୃଥିବୀବାସୀ ଆର୍ଥ ଆୱାର ପାଳନ କରିେବେ । ରାତି ସାଢେ ୮ଟାରୁ ସାଢେ ୯ ଯାଏଁ ଘଣ୍ଟାଏ ସବୁ ବୈଦ୍ୟୁତିକ ସଂରଜାମ ବନ୍ଦ ରହିବ । ପୃଥିବୀର ସୁରକ୍ଷା ଲାଗି ଏହି ଆର୍ଥ ଆୱାର ପାଳନ କରାଯଉଛି । ପୃଥିବୀ ପୃଷ୍ଠକୁ ସୁରକ୍ଷିତ ରଖିବା ପାଇଁ କୋଟିକୋଟି ଜନତା ପ୍ରତିବର୍ଷ ଅନ୍ତତଃ ଘଣ୍ଟାକ ପାଇଁ ସବୁ ବୈଦ୍ୟୁତିକ ଯନ୍ତ୍ରାଦି ବ୍ୟବହାରକୁ ବନ୍ଦ ରଖୁଛନ୍ତି।

ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ସଚେତନତା ବାଣ୍ଟିଛନ୍ତି । ବାଲୁକା କଳାରେ ମାଧ୍ୟମରେ ପୃଥିବୀ ପାଇଁ ଘଣ୍ଟାଏ ଅନ୍ଧାର କରିବାକୁୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରୁଛନ୍ତି ।

ତେବେ ଏହି ଦିନର ଇତିହାସ କ’ଣ ? କେବେଠାର ଆର୍ଥ ଆୱାର ପାଳନ କରାଯାଉଛି?

୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନି ସହରରେ ପ୍ରଥମେ ଏହି ଆର୍ଥ ଆୱାର ପାଳନ କରାଗଲା । ତା ପର ଠାରୁ ୨୦୦୮ ମସିହା ଏହା ବିଶ୍ୱସ୍ତରରେ ପାଳନ କରାଗଲା । ୨୦୧୦ ମସିହାରେ ଆମେରିକାରେ ୧୬ପ୍ରତିଶତ ଜନସାଧାରଣ ଏହାକୁ ସମର୍ଥନ ଜଣାଇଥିବେଳେ ଭାରତରେ ଏହାକୁ ପୂର୍ଣ୍ଣ ସମର୍ଥନ ମିଳିଲା । ସେହି ବର୍ଷ ଠାରୁ ରାଜ୍ୟରେ ମଧ୍ୟ ଆର୍ଥ ଆୱାର ପାଳନ କରାଗଲା । ୨୦୧୬ ମସିହାରେ ମୁମ୍ବାଇରେ ଆର୍ଥ ଆଓ୍ଵାର ପାଳନରେ ୮୦ ମେଗାଓ୍ଵାଟ ବିଦ୍ୟୁତ ବଞ୍ଚି ପାରିଥିଲା । ବିଶ୍ୱରେ ୮୮ଟି ରାଷ୍ଟ୍ରର ୪୦୦୦ମହାନଗରୀରେ ପ୍ରତି ବର୍ଷ ଆର୍ଥ ଆୱାର ପାଳନ କରାଯାଉଛି । ଭାରତ ୨୦୦୯ରେ ଏହି ଅଭିଯାନରେ ସାମିଲ ହେବା ପରଠାରୁ କେବଳ ଦିଲ୍ଲୀରେ ୭୦୦ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ହୋଇପାରିଥିଲା ।

 

Get real time updates directly on you device, subscribe now.