fbpx

Walmart Layoffs:ପୁଣି ଛଟେଇ, ନୂତନ ଚାକିରି ଖୋଜିବା ପାଇଁ କର୍ମଚାରୀଙ୍କୁ କହିଲା କମ୍ପାନୀ

ନୂଆଦିଲ୍ଲୀ: ଛଟେଇ ଅଭିଯାନରେ ପୁଣି ଆଉ ଏକ ନାମ ଯୋଡି ହେବାକୁ ଯାଉଛି। ଏହି ଦୋୖଡରେ ନିଜକୁ ସାମିଲ କରିବାକୁ ଯାଉଛି ୱାଲମାର୍ଟ । ୱାଲମାର୍ଟ ଆମେରିକାର ଇ-କମର୍ସ କମ୍ପାନୀ ଯାହା ଏବେ ଶହ ଶହ କର୍ମଚାରୀଙ୍କୁ ଛୁଟିରେ ପଠାଇବାକୁ ଯାଉଛି ।

ସିଏନବିସି ରିପୋର୍ଟ ଅନୁଯାୟୀ, ୱାଲମାର୍ଟ ଏହାର ଶ୍ରମିକମାନଙ୍କୁ ହ୍ରାସ କରିବାକୁ ଚାହୁଁଛି କାରଣ ଅନେକ ଖୁଚୁରା ବ୍ୟବସାୟୀ ପ୍ରାୟତଃ ବିକ୍ରୟ ହ୍ରାସ ପାଇଁ ଯୋଜନା କରୁଛନ୍ତି। କମ୍ପାନୀ ମୁଖପାତ୍ର କହିଛନ୍ତି ଯେ ଏହି ନିଷ୍ପତ୍ତି ହାଲୁକା ଭାବେ ନିଆଯାଇ ନାହିଁ।

କମ୍ପାନୀର ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ, ୱାଲମାର୍ଟ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଆମେରିକାର ବର୍ତ୍ତମାନର ଅର୍ଥନୈତିକ ଅବସ୍ଥାକୁ ଦେଖି ନିଆଯାଉଛି । ଅର୍ଥବ୍ୟବସ୍ଥା ମାନ୍ଦା ଥିବାରୁ ଏହିଭଳି ପଦକ୍ଷେପ ନିଆଯାଉଛି । ୱାଲମାର୍ଟ ଏହାର ବିବୃତ୍ତିରେ କହିଛନ୍ତି ଯେ ଏହା ଦ୍ୱାରା ପ୍ରଭାବିତ ସହକର୍ମୀଙ୍କ ନୂତନ ଚାକିରି ଖୋଜିବା ପାଇଁ ତାଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବ।ଏଥି ପାଇଁ ସେ ତାଙ୍କୁ ସମୟ ଦେଇଛି ।

ସୂଚନାମୁତାବକ ୱାଲମାର୍ଟ ପ୍ରତିଦ୍ୱନ୍ଦ୍ୱୀ ଆମାଜନ ଦୁଇ ରାଉଣ୍ଡରେ ୨୭,୦୦୦ ଚାକିରୀକୁ ହ୍ରାସ କରିଛି।

Get real time updates directly on you device, subscribe now.