fbpx

ପୁଣି କମ୍ପିଲା ପୃଥିବୀ : ଆସାମରେ ଭୂକମ୍ପ ଝଟକା, ୨ ଦିନ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡରେ ଦ୍ୱିତୀୟ ଭୂକମ୍ପ , ତୀବ୍ରତା ୫.୦

ଆସାମ : ଆଜି ସକାଳେ ଉତ୍ତର-ପୂର୍ବ ଆସାମରେ ଭୂକମ୍ପ ଅନୁଭୂତ ହୋଇଛି। ଆସାମର ଦକ୍ଷିଣ ଜୋରହାଟରେ ସକାଳ ପ୍ରାୟ ୯:୦୩ ରେ କମ୍ପନ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ମାପ କରାଯାଇଛି। ଏଥି ସହିତ ଗତ ଦୁଇ ଦିନ ମଧ୍ୟରେ ଲଗାତାର ଦ୍ୱିତୀୟ ଥର ପାଇଁ ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟୁଜିଲ୍ୟାଣ୍ଡର କରମାଡେକ୍ ଦ୍ୱୀପପୁଞ୍ଜରେ ହୋଇଥିବା ଭୂକମ୍ପର ପରିମାଣ ରିଚ୍ଟର ସ୍କେଲରେ ୫.୦ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ, ଆମେରିକା ଜିଓଲୋଜିକାଲ ସର୍ଭେ (ଟଝଏଝ) ଅନୁଯାୟୀ ଶନିବାର ନ୍ୟୁଜିଲ୍ୟାଣ୍ଡର କରମାଡେକ୍ ଦ୍ୱୀପପୁଞ୍ଜରେ ରିଚ୍ଟର ସ୍କେଲରେ ୫.୦ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ମଧ୍ୟ ମାପ କରାଯାଇଛି। ପ୍ରାୟ ୩:୪୪ ରେ ଏହି ଭୂକମ୍ପ ଘଟିଥିଲା, ଯାହାକି କିର୍ମାଡେକ୍ ଦ୍ୱୀପପୁଞ୍ଜରେ ୧୦ କିଲୋମିଟର ଗଭୀରତାରେ ମାପ କରାଯାଇଥିଲା। ଭୂକମ୍ପରେ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କ ସଦ୍ଭଲକ୍ଟକ୍ସଜ୍ଞବଗ୍ଧସକ୍ଟଦ୍ଭ ଣସି ସୂଚନା ନାହିଁ। ଗତ ଦୁଇ ଦିନ ଲଗାତାର ଦ୍ୱିତୀୟ ଥର ପାଇଁ କରମାଡେକ୍ ଦ୍ୱୀପପୁଞ୍ଜ ଭୂକମ୍ପରେ ଆକ୍ରାନ୍ତ ହୋଇଛି।

ନ୍ୟୁଜିଲ୍ୟାଣ୍ଡର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି ଟ୍ୱିଟରରେ ଏକ ବିବୃତ୍ତିରେ କହିଛି ଯେ ଦକ୍ଷିଣ କିର୍ମାଡେକ୍ ଦ୍ୱୀପପୁଞ୍ଜରେ ୭.୦ ତୀବ୍ରତା ଭୂକମ୍ପ ପରେ ନ୍ୟୁଜିଲ୍ୟାଣ୍ଡ ପାଇଁ ସୁନାମି ବିପଦ ନାହିଁ।

ସୂଚନାଯୋଗ୍ୟ , ଫେବୃଆରୀ ୧୨ ରେ ଆସାମର ନାଗାଓଁରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୪.୦ ରେ ମାପ କରାଯାଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରାତି ୪:୦୮ ରେ କମ୍ପନ ଅନୁଭୂତ ହୋଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଗୁଜୁରାଟର ସୁରଟ ଜିଲ୍ଲାରେ ୩.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ମଧ୍ୟ ରେକର୍ଡ କରାଯାଇଥିଲା।

ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପ ଖବର ସାମ୍ନାକୁ ଆସୁଛି। ଅନେକ ରାଜ୍ୟରେ ବାରମ୍ବାର ଭୂକମ୍ପ ଅନୁଭୂତ ହେଉଛି। ସୌଭାଗ୍ୟବଶତଃ ଭୂକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ନାହିଁ। କିନ୍ତୁ ସାମ୍ଭାବ୍ୟ କ୍ଷୟକୁ ଏଡାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.