fbpx

SC-ST Land Actରେ ପରିବର୍ତ୍ତନ ଆଣିଲେ ସରକାର, ଏଣିକି ଜମି କିଣିବାରେ ନେବାକୁ ପଡିବ ନାହିଁ ଅନୁମତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାର ଏସସି / ଏସଟି ଜମି ବିକ୍ରୟ ଏବଂ କ୍ରୟ ସମ୍ବନ୍ଧୀୟ ନିୟମକୁ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏସସି / ଏସଟି ଜମି କିଣିବା ପୂର୍ବରୁ ଜିଲ୍ଲାର ଡିଏମ୍ ଅନୁମତି ନେବାକୁ ପଡିବ ନାହିଁ। ଟାଉନସିପ୍ ସହ ଜଡିତ ନିୟମରେ ୟୁପି ସରକାର ମଧ୍ୟ ବଡ଼ ପରିବର୍ତ୍ତନ କରିଛନ୍ତି। ପୂର୍ବ ଏସସି / ଏସଟି ଲ୍ୟାଣ୍ଡ ଆକ୍ଟ ଅନୁଯାୟୀ, କେବଳ ଏସସି / ଏସଟି ବର୍ଗର ଜଣେ ବ୍ୟକ୍ତି ଅନୁସୂଚିତ ଜାତି / ଅନୁସୂଚିତ ଜନଜାତିର ଜମି କିଣି ପାରିବେ। ଅନ୍ୟ ଶ୍ରେଣୀର ଲୋକ ମାନଙ୍କୁ ଏଥିପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁମତି ନେବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ୟୁପି ସରକାର ଏଥିରେ ସଂଶୋଧନ କରିଛନ୍ତି। ଲୋକମାନେ ବର୍ତ୍ତମାନ DM ର ଅନୁମତି ବିନା SC / ST ଜମି କିଣି ପାରିବେ।

ସୂଚନାମୁତାବକ ୟୁପି ଟାଉନସିପ୍ ପଲିସି -୨୦୨୩ ଗୃହ ଓ ନଗର ଯୋଜନା ବିଭାଗ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଥିଲା। ସିଏମ୍ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଗତ ୬ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ ସହରୀକରଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଭବିଷ୍ୟତର ଆବଶ୍ୟକତାକୁ ଧ୍ୟାନରେ ରଖି ଏହାକୁ ଅଧିକ ଉତ୍ସାହିତ କରାଯିବା ଉଚିତ୍। ଏବଂ ଏଥିରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି କହିଥିଲେ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହୁରି କହିଛନ୍ତି ଯେ ସ୍ଥାନୀୟ ସମ୍ଭାବନା ଅନୁଯାୟୀ ସହରଗୁଡିକର ଯୋଜନା କରାଯିବ। ଏହା ବ୍ୟତୀତ ଅର୍ଥନୈକ କାର୍ଯ୍ୟକଳାପର ବିକାଶ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ସମୟର ସହିତ ଏହି ସବୁ ପରିବର୍ତ୍ତନଗୁଡ଼ିକୁ ଆବଶ୍ୟକତା ସିଏମ୍ ଯୋଗୀ ଆଦିତ୍ୟନାଥ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.